ଏସପି , ଥାନା ବାବୁ ଘରେ ଶୋଉଛନ୍ତି, ଆରଏନପାଲ୍ଲୀ ବିଧାୟକ କରୁଛନ୍ତି ନାଇଟ ପେଟ୍ରୋଲିଂ
ଏସପି , ଥାନା ବାବୁ ଘରେ ଶୋଉଛନ୍ତି, ଆରଏନପାଲ୍ଲୀ ବିଧାୟକ କରୁଛନ୍ତି ନାଇଟ ପେଟ୍ରୋଲିଂ
ଏସପି , ଥାନା ବାବୁ ଘରେ ଶୋଉଛନ୍ତି, ଆରଏନପାଲ୍ଲୀ ବିଧାୟକ କରୁଛନ୍ତି ନାଇଟ ପେଟ୍ରୋଲିଂ


ରାଉରକେଲା, ୧୮ ଜୁନ (ହିସ)- ରାଉରକେଲାରେ ସାଧାରଣ ଲୋକଙ୍କର ସୁରକ୍ଷା ବ୍ୟବସ୍ଥାଧୀରେ ଧୀରେ ଭୁଷୁଡୁବାରେ ଲାଗିଛି, ଘଡି କି ଘଡି ଗୁଳି ଫୁଟିବା ପରେ ଚୋରୀ ,ଡକାୟତି ଓ ଅନ୍ୟାନ୍ୟ ଅପରାଧ ବଢୁଥିବାର ଅଭିଯୋଗ ହୋଇଚାଲିଛି, ନିକଟରେ ଆରଏସପି ର ଜଣେ ମୁଖିଆ ଙ୍କ ପୁଅ ମାତାଲ ହୋଇ ବିମାନ ବନ୍ଦର ଅଁଚଳରେ ଜଣେଗାଡିବାଲାଙ୍କୁ ନିଜ କାର ନେଇ ପିଟିବା ଓ ସେ ଦରମରା ହେବା କଥା ହେଉ କିମ୍ବା କାନରେ ମୋବାଇଲ ଦେଇ ବିନା ହେଲମେଟରେ ରାସ୍ତାରେ ଗାଡି ଚଳାଇବା ହେଉ ସବୁ ଏଠିବଢିଚାଲିଛି, ଏହା ଦ୍ୱାରା ଲୋକେ ଅସୁରକ୍ଷିତ ନିଜକୁ ମଣୁଛନ୍ତି, କିନ୍ତୁ ଆମ ପୁଲିସି ବ୍ୟବସ୍ଥା ପୁରା ଶୋଇଛି । ତେବେ ଦିନରେ ତ ଏଭଳିସ୍ଥିତି ରାତିରେ କଣ ହେଉଛି ତାକୁ ଦେଖିବା ଲାଗି ସହରରେ ପୁଲିସି କେତେ ପେଟ୍ରୋଲିଂ କରୁଛି, ଆମ ଥାନା ଗୁଡିକ କେତେ ସଚେତନ ଅଛନ୍ତି ତାକୁ ଦେଖିବା ଲାଗି ରଘୁନାଥପାଲ୍ଲୀ ବିଧାୟକ ନିୟମିତ ରାତି ୧୨ରୁ ରାତି ୩ଟା ଯାଏ ସହରରେ ପେଟ୍ରୋଲିଂ କରୁଛନ୍ତି । ତେବେ ୨ ଦିନ ତଳେ ପେଟ୍ରୋଲିଂ ବେଳେ ସେ ସହରର ରିଂ ରୋଡ ବୁଲିବା ବେଳେ କୌଣସି ଛକରେ ଗୋଟିଏ ହେଲେ ପୁଲିସି ପାଇନଥିଲେ । ପାନପୋଷ ପହଁଚିବା ପରେ ଗୋଟିଏ ସିଟି ପେଟ୍ରୋଲିଂ ଗାଡି ଆସିଲା ଓ ସେଥିରୁ ୨ଜଣକୁ ସେଠାରେ ଓହ୍ଲାଇଦେଇଗଲା, ସେମାନଙ୍କ ହାତରେ ମଧ୍ୟ କୌଣସି ହାତ ହତିଆର ନଥିଲା ।ତେଣୁ ଏଭଳି ବ୍ୟବସ୍ଥାରେ ଆମ ସହରର ସୁରକ୍ଷା କେଉଁଠି ରହିଲା ବୋଲି ଖୋଦ ସରକାରୀ ଦଳର ବିଧାୟକ ଦୁର୍ଗା ଚରଣ ତନ୍ତୀ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ସାଧାରଣ ରେ ସବୁ ବେଳେ ଆମ ସହରର ସୁରକ୍ଷା କୁ ନେଇ ପ୍ରଶ୍ନ ହେଉଥିଲା ତାର ସରଜମିନ ଯାଂଚ ଲାଗି ଆଜି ଆସିବା ପରେ ଏସବୁ କଥା ଜଣା ପଡୁଛି । ଲୋକ ଙ୍କ ଲାଗି ୨୪ ଘଂଟା ସମୟ ଦେବାକୁ ବିଜେପି ଦଳ ର ମୁଖିଆ ମାନେ କହିଥିବା ବେଳେ ସରକାରର ନିତି ନିୟମ ମଧ୍ୟ ସେଇଆ , ତେଣୁ ଏଭଳି ଅବ୍ୟବସ୍ଥା ବିଷୟରେସରକାରଙ୍କୁ ଅବଗତ କରିବେ ବୋଲି କହିଛନ୍ତି ।ଜିଲ୍ଲାରେ ୭ ବିିଧାୟକ ରାଉରକେଲାରେ ପୁଣି ବିରୋଧୀ ଦଳର ବିଧାୟକ ସାରଦା ବାବୁ ,କିନ୍ତୁ ଏକଥା କାହା ମନକୁ ଆସି ନଥିବା ବେଳେ ଶ୍ରୀ ତନ୍ତୀ ଏଭଳି କାମ କରି ଏବେ ଚର୍ଚ୍ଚାରେ ରହିଛନ୍ତି । ରାଉରକେଲା ପୁଲିସି ଜିଲ୍ଲାରେ ଏଭଳି ଢିଲା ବ୍ୟବସ୍ଥା ଲାଗି ନିକଟରେ ମାଓବାଦୀ ୫ହଜାର ଟନ ବାରୁଦ ଲୁଟିନେଲେ,ସେହି ଘଟଣାରେ ଜଣେ ଗାଁ ବାଲାକୁ ଧରିଦେଇ ପୁଲିସି ତାର ପାରିବା ପଣିଆ ଦେଖାଇଲା କିନ୍ତୁ ଲୁଟେରାମାଓବାଦୀଙ୍କୁ ଧରିପାରିଲା ନାହିଁ, ଥାନା ବାବୁ ମାନେ ଥାନାରେ ତାଲା ଦେଇ ଶୋଉଛନ୍ତି, ଜିଲ୍ଲା ମୁଖିଆ ଅଫିସ ର ଏସି ରୁ ବାହାରକୁ ବାହାରୁ ନାହାନ୍ତି ଏଭଳି ସ୍ଥିତି ରେ ଲୋକେ ସୁସ୍ଥ ପୁଲିସିଂ ବ୍ୟବସ୍ଥା ପାଇବେ କେମିତି ବୋଲି ପ୍ରଶ୍ନ ହେଲାଣି । କୁହାଯାଉଛି ଅଫିସର ଓ ପୁଲିସି ଭିତରେ ଏବେବି ବିଜେଡି ପ୍ରେମ ରହିଛି, ତେଣୁ ରାଉରକେଲା ରେ ମଧ୍ୟ ସେହି ପ୍ରେମ କାମ କରୁଛି ଓ ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଏହି ପୁଲିସି ବ୍ୟବସ୍ଥା ଭିତିରି ଭାବେ କାମ କରୁଛି ବୋଲି କୁହାଯାଉଛି । ଏଭଳି ସ୍ଥିତି ଉପରେ ରାଜ୍ୟ ସରକାର ଦୃଷ୍ଟି ଦେବା ସହ ଏହି ବ୍ୟବସ୍ଥାରେ ମରାମତି ତୁରନ୍ତ କରିବାକୁ ଦାବି ହେଉଛି ।

---------------

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande