ଶ୍ରୀକ୍ଷେତ୍ରରୁ ଆରମ୍ଭ ଯୁବଛାତ୍ର ଜନ ଜାଗରଣ ଅଭିଯାନ
ପୁରୀ, ୧୮ ଜୁନ୍ (ହି.ସ.) - ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ପୁରୀ ବାଲିଗୁଆଳି ନିକଟ ସ୍ୱାମୀ ନାରାୟଣ ମନ୍ଦିର ପରିସରରେ ଜନ ଜାଗରଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ୧୪୭ ନିର୍ବାଚନ
ଶ୍ରୀକ୍ଷେତ୍ରରୁ ଆରମ୍ଭ ଯୁବଛାତ୍ର ଜନ ଜାଗରଣ ଅଭିଯାନ


ପୁରୀ, ୧୮ ଜୁନ୍ (ହି.ସ.) - ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ପୁରୀ ବାଲିଗୁଆଳି ନିକଟ ସ୍ୱାମୀ ନାରାୟଣ ମନ୍ଦିର ପରିସରରେ ଜନ ଜାଗରଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ୧୪୭ ନିର୍ବାଚନ ମଣ୍ଡଳୀରୁ ସାଂସଦ ବିଧାୟକ, ପୂର୍ବତନ ବିଧାୟକ, ଯୁବ ନେତା,ଛାତ୍ର ନେତା ମାନେ ଯୋଗ ଦେଇଥିଲେ । ୧୨ ମାସରେ ବିଜେପି ସରକାର ୧୨ଟି ଭୁଲ କରିବା ସହ ଓଡ଼ିଶାବାସୀଙ୍କୁ ପ୍ରତାରଣା କରୁଛି । ରାଜ୍ୟରେ ଚାଲିଥିବା ବିଦେଶୀ ପୁଞ୍ଜି ନିବେଶ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ନିଯୁକ୍ତି ଓ ଦକ୍ଷତା ବିକାଶ ପ୍ରତିଶ୍ରୁତି କେବଳ ଧୂଆଁବାଣ ପାଲଟିଛି । ଟଙ୍କା ଦିଅ ଚାକିରି ନିଅ ନ୍ୟାୟରେ ଚାଲିଛି ନିଯୁକ୍ତି । ଗତବର୍ଷ ଆଡପ ପହଣ୍ଡି ବେଳେ ବଡଠାକୁର ପଡିଗଲେ ତାର ତଦନ୍ତ ହୋଇପାରିନାହିଁ । କଟନି ଛଟନିରେ ୮ରୁ ୧୨କେଜି ଧାନ କଟୁଛି । ଯାଜପୁରର ହଇଜା ୬ ଜିଲ୍ଲାକୁ ବ୍ୟାପିଲାଣି । କିନ୍ତୁ ସରକାରଙ୍କ ନିଦ ଭାଙ୍ଗୁନାହିଁ । ଓଡିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅବସ୍ଥାକୁ ଚାଲିଗଲାଣି । ମିଛ ଡିଣ୍ଡିମ ପିଟିବାରେ ଏ ସରକାର ଆଗରେ ରହିଛି । ଶ୍ରୀକ୍ଷେତ୍ରରୁ ଏହି ଜନ ଜାଗରଣ ଆନ୍ଦୋଳନ ୩୦ ଜିଲ୍ଲାକୁ ବ୍ୟାପିବ । କଥା ଦେଇ କଥା ରଖୁନି ବିଜେପି ସରକାର । ଏ ସରକାର କେବଳ କଥା ପ୍ରବଳ କାମ ଦୁର୍ବଳ । ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି କରିବ ଦୁର୍ବାର ଆନ୍ଦୋଳନ କରିବ ବୋଲି ଆଜି ଭରପୁର ସଭାସ୍ଥଳରେ ବରିଷ୍ଠ ନେତାମାନେ ମତବ୍ୟକ୍ତ କରିଥିଲେ । ରାଜ୍ୟରେ ମୁଖ୍ୟ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ଅବସ୍ଥାକୁ ଚାଲିଗଲାଣି । ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଂଟିଆ କହିଲେ ମୋ ନେତା ନବୀନ ପଟ୍ଟନାୟକଙ୍କ ସମୟରେ ଶ୍ରୀକ୍ଷେତ୍ରର ଶ୍ରୀ ବୃଦ୍ଧି ପାଇଥିଲା । ଶ୍ରୀଦାଣ୍ଡ, ଶ୍ରୀସେତୁ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ତୀର୍ଥ ପୁଷ୍କରିଣୀ ପୁନରୁଦ୍ଧାର, ଭକ୍ତଙ୍କ ପାଇଁ ଏସି ଟର୍ନେଲ, ସମୁଦ୍ରକୂଳ ସୌନ୍ଦର୍ଯ୍ୟକରଣ, ଅଠରନଳା ସୌନ୍ଦର?୍ୟ୍ୟକରଣ, ଗ୍ରୀନ ଫିଲ୍ଡ ବିମାନ ବନ୍ଦର ଆଦି ଅନେକ ପ୍ରକଳ୍ପ ପୁରୀରେ ହୋଇଥିଲା । ବିଜେପି ସରକାର ବାରମାସରେ ବାର ପ୍ରକାର ମିଛ ପ୍ରତିଶ୍ରୁତି ଦେଇ ଜନତାଙ୍କୁ ଭକୁଆ ବନାଉଛି ବୋଲି ଶ୍ରୀ ଖୁଂଟିଆ କହିଥିଲେ । ସାଢେ ତିନିଲକ୍ଷ ନିଯୁକ୍ତି ଦେଇ ପାରିନାହିଁ । ଯୁବକ ଛାତ୍ର ମାନେ ପ୍ରତି ପଂଚାୟତରୁ ପମ୍ପା ପ୍ରତିଶ୍ରୁତି ଦେଉଥିବା ବିଜେପି ସରକାରର ମୁଖା ଖୋଲିବା ପାଇଁ ଯୁବକ ଛାତ୍ର ମାନେ ପୁରୀଠାରେ ସଂକଳ୍ପ ନେଇଥିଲେ । ଏହି ଡବଲ ଇଞ୍ଜିନ ସରକାର ଡବଲ ମିଛ ପ୍ରତିଶ୍ରୁତି ଦେଇ ଶାସନ ଗାଦିକୁ ଆସିଛି । ଏହି ସଭାରେ ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ର, ଯୁବ ବିଜେଡ଼ିର କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ, ଛାତ୍ର ବିଜେଡ଼ି ସାଧାରଣ ସମ୍ପାଦିକା ଇପସିତା ସାହୁ, ଯୁବ ବିଜେଡ଼ି ସାଧାରଣ ସମ୍ପାଦିକା ଏଲିନା ଦାସ,ଲିପୁ ପ୍ରଧାନ, ଅଭିନାଶ ଠାକୁର, ଶୁଭେନ୍ଦୁ ମଙ୍ଗରାଜ, ପୁରୀ ଜିଲ୍ଲା ବିଜେଡ଼ି ସଭାପତି ଉମାକାନ୍ତ ସାମନ୍ତରାୟ ,ଅରୁଣ ସାହୁ, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ବାଙ୍କି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ବିଜେଡି ନେତା ବ୍ୟୋମକେଶ ରାୟ, ବଳବନ୍ତ ରାୟ,ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଅଶୋକ ପଣ୍ଡା, ଅତୁନ ସବ୍ୟସାଚୀ ନାୟକ, ସର୍ମିଷ୍ଠା ସେଠୀ, ଟୁକୁନି ସାହୁ, ପ୍ରଶାନ୍ତ ମୁଦୁଲି, ସଞ୍ଜୀବ ମଲ୍ଲିକ, ପ୍ରତାପ ଜେନା,ରୁଦ୍ର ମହାରଥୀ,ପୁଷ୍ପାଞ୍ଜଳି ରଣାଙ୍କ ସମେତ ବହୁ ଛାମୁଆ ନେତା ଯୋଗଦେଇ ରାଜ୍ୟ ସରକାର ଲୋକଙ୍କ ପାଇଁ କାମ କର ନଚେତ ଗାଦି ଛାଡ ଆହ୍ୱାନ ଦେଇଥିଲେ । ସଭାରେ ହଜାର ହଜାର ଯୁବକ ଯୁବତୀ,ମହିଳା ଓ ଦଳୀୟ କର୍ମୀ ନେତାମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର/ବିଜୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande