ଜମ୍ମୁ କଶ୍ମୀରର କିସ୍ତୱାଡାରେ ଆତଙ୍କବାଦୀଙ୍କ ତଲାସରେ ଅଭିଯାନ ଆରମ୍ଭ
ଜମ୍ମୁ, 18 ଜୁନ୍ (ହି.ସ.) - ସୁରକ୍ଷାବଳ ପକ୍ଷରୁ ବୁଧବାର ଜମ୍ମୁ-କାଶ୍ମୀରର କିଶ୍ତୱାଡ଼ ଜିଲ୍ଲାର ଏକ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତ ସୂଚନା ପାଇବା ପରେ ତଲାଶୀ ଅଭିଯାନ ଆରମ୍ଭ କରାଯାଇଛି। ପୋଲିସ୍ ଓ ସେନାର ମିଳିତ ତଲାସୀ ଅଭିଯାନ ବୁଧବାର ସକାଳେ ଛାତ୍ରୁ ଅଞ୍ଚ
ଜମ୍ମୁ କଶ୍ମୀରର     କିସ୍ତୱାଡାରେ ଆତଙ୍କବାଦୀଙ୍କ ତଲାସରେ ଅଭିଯାନ ଆରମ୍ଭ


ଜମ୍ମୁ, 18 ଜୁନ୍ (ହି.ସ.)

- ସୁରକ୍ଷାବଳ

ପକ୍ଷରୁ ବୁଧବାର ଜମ୍ମୁ-କାଶ୍ମୀରର କିଶ୍ତୱାଡ଼ ଜିଲ୍ଲାର ଏକ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ

ଉପସ୍ଥିତ ସୂଚନା ପାଇବା ପରେ ତଲାଶୀ ଅଭିଯାନ ଆରମ୍ଭ କରାଯାଇଛି। ପୋଲିସ୍ ଓ ସେନାର ମିଳିତ ତଲାସୀ

ଅଭିଯାନ ବୁଧବାର ସକାଳେ ଛାତ୍ରୁ ଅଞ୍ଚଳର ସିଂହପୋରା ଜଙ୍ଗଲ ଅଞ୍ଚଳରେ ଆରମ୍ଭ ହୋଇଥିଲା । ଅଧିକାରୀମାନେ

କହିଛନ୍ତି ଯେ ସୁରକ୍ଷା ବଳଙ୍କୁ କିଛି ଆତଙ୍କବାଦୀ ଉପସ୍ଥିତ ଥିବା ବିଷୟରେ ସୂଚନା ମିଳିଥିଲା ଓ ସେମାନେ

ସେହି ଅଞ୍ଚଳକୁ ଚାରିପାଖରୁ ଘେରି ଦେଇଛନ୍ତି, ଯାହାଦ୍ୱାରା ଆତଙ୍କବାଦୀମାନେ ଖସିଯିବା ଉପରେ ରୋକ୍ ଲାଗିପାରିବ। ଯଦିଓ, ବର୍ତ୍ତମାନ ପର୍ଯ୍ୟନ୍ତ ସନ୍ଦିଗ୍ଧ ଆତଙ୍କବାଦୀମାନଙ୍କ ସହିତ କୌଣସି

ସମ୍ପର୍କ ସ୍ଥାପିତ ହୋଇନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande