ଧର୍ମଗଡ଼ର ଉପଜିଲ୍ଲାପାଳ ଧୀମାନ ଚକମାଙ୍କ ବିରୋଧରେ ମାମଲା ରୁଜୁ କଲା ଭିଜିଲାନ୍ସ
ଭୁବନେଶ୍ୱର, ୧୮ ଜୁନ (ହି.ସ.)- ଧର୍ମଗଡ଼ର ଉପଜିଲ୍ଲାପାଳ ଧୀମାନ ଚକମା ଗିରଫ ଘଟଣାରେ ତାଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତି ମାମଲା ରୁଜୁ କରିଛି ଭିଜିଲାନ୍ସ। ଏହି କ୍ରମରେ ଧୀମାନଙ୍କ ପୈତୃକ ଘର ତ୍ରିପୁରାରେ ଭିଜିଲାନ୍ସ ଚଢ଼ଉ କରିଛି। ତ୍ରିପୁରା ଓ ହିମାଂଚଳ ପ୍ରଦେଶରେ ଭିଜିଲାନ୍ସର ୩ ଟିମ ଖୋଳ ତାଡ଼ କରୁଛି
ଧର୍ମଗଡ଼ର ଉପଜିଲ୍ଲାପାଳ ଧୀମାନ ଚକମାଙ୍କ ବିରୋଧରେ ମାମଲା ରୁଜୁ କଲା ଭିଜିଲାନ୍ସ


ଭୁବନେଶ୍ୱର, ୧୮ ଜୁନ (ହି.ସ.)- ଧର୍ମଗଡ଼ର ଉପଜିଲ୍ଲାପାଳ ଧୀମାନ ଚକମା ଗିରଫ ଘଟଣାରେ ତାଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତି ମାମଲା ରୁଜୁ କରିଛି ଭିଜିଲାନ୍ସ। ଏହି କ୍ରମରେ ଧୀମାନଙ୍କ ପୈତୃକ ଘର ତ୍ରିପୁରାରେ ଭିଜିଲାନ୍ସ ଚଢ଼ଉ କରିଛି। ତ୍ରିପୁରା ଓ ହିମାଂଚଳ ପ୍ରଦେଶରେ ଭିଜିଲାନ୍ସର ୩ ଟିମ ଖୋଳ ତାଡ଼ କରୁଛି । ତ୍ରିପୁରାର କାଂଚନପୁରରେ ଚକମାଙ୍କର ଗୋଟିଏ ଘର ରହିଥିବା ଜଣାପଡିଛି। ହିମାଂଚଳ ପ୍ରଦେଶର ଶଶୁର ଘରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରୁଛି। ଚଢ଼ାଉ ବେଳେ ବ୍ୟାଙ୍କ ଷ୍ଟେଟ ମେଂଟ ଏବଂ ସ୍ଥାବର ଅସ୍ଥାବର ସମ୍ପତିର କାଗଜପତ୍ର ଯାଂଚ କରୁଛି ଭିଜିଲାନ୍ସ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande