ଦେଶରେ ଚାରିଟି ରାଜ୍ୟର 5ଟି ବିଧାନସଭା ସିଟରେ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ
ନୂଆଦିଲ୍ଲୀ, 19 ଜୁନ୍ (ହି.ସ.)- ଦେଶର ଚାରିଟି ରାଜ୍ୟର ପାଞ୍ଚଟି ବିଧାନସଭା ଆସନରେ ଆଜି ସକାଳରୁ ମତଦାନ ଆରମ୍ଭ ହୋଇଛି। ଏହି ସମସ୍ତ ଆସନରେ ଉପନିର୍ବାଚନ ହେଉଛି। ଏହି ଆସନଗୁଡିକ ହେଲା — କେରଳର ନୀଲାମ୍ବୁର, ପଞ୍ଜାବର ଲୁଧିଆନା ପଶ୍ଚିମ, ପଶ୍ଚିମ ବଙ୍ଗର କାଳିଗଞ
ଦେଶରେ ଚାରିଟି ରାଜ୍ୟର 5ଟି     ବିଧାନସଭା ସିଟରେ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ


ନୂଆଦିଲ୍ଲୀ, 19 ଜୁନ୍ (ହି.ସ.)- ଦେଶର ଚାରିଟି

ରାଜ୍ୟର ପାଞ୍ଚଟି ବିଧାନସଭା ଆସନରେ ଆଜି ସକାଳରୁ ମତଦାନ ଆରମ୍ଭ ହୋଇଛି। ଏହି ସମସ୍ତ ଆସନରେ

ଉପନିର୍ବାଚନ ହେଉଛି। ଏହି ଆସନଗୁଡିକ ହେଲା — କେରଳର ନୀଲାମ୍ବୁର, ପଞ୍ଜାବର ଲୁଧିଆନା

ପଶ୍ଚିମ, ପଶ୍ଚିମ ବଙ୍ଗର

କାଳିଗଞ୍ଜ, ଗୁଜରାଟର ବିସାୱଦର

ଓ କାଦି। ଏହି ସମସ୍ତ ଆସନରେ ଭୋଟ ଗଣତି 23 ଜୁନରେ କରାଯିବ ଓ ଏହାପରେ ଫଳାଫଳ ପ୍ରକାଶିତ ହେବ।

ନିର୍ବାଚନ ଆୟୋଗର

ଅଧିକାରୀମାନଙ୍କ ଅନୁସାରେ, ପଶ୍ଚିମ ବଙ୍ଗର

କାଳିଗଞ୍ଜ ଉପନିର୍ବାଚନ ପୂର୍ବରୁ ଗୋଟିଏ ମତଦାନ କେନ୍ଦ୍ରରେ ମକ୍ ପୋଲିଂ କରାଯାଇଥିଲା। ଏହି

ଆସନରେ ତୃଣମୂଳ କଂଗ୍ରେସରୁ ଅଲିଫା ଅହମଦ୍, ଭାରତୀୟ ଜନତା ପାର୍ଟିରୁ ଆଶିଷ ଘୋଷ ଓ କଂଗ୍ରେସରୁ କାବିଲ୍ ଉଦ୍ଦିନ୍ ଶେଖ୍ ପ୍ରାର୍ଥୀ

ହୋଇଛନ୍ତି। ଭାରତ ନିର୍ବାଚନ ଆୟୋଗ 25 ମେ ତାରିଖରେ ଚାରିଟି ରାଜ୍ୟର ପାଞ୍ଚଟି ବିଧାନସଭା ଆସନରେ

ଉପନିର୍ବାଚନ ତାରିଖ ଘୋଷଣା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande