ପୀଡିତ ମହିଳାଙ୍କ ସହାୟତା ପାଇଁ ସବୁବେଳେ ତତ୍ପର ୱାନ ଷ୍ଟପ ସେଂଟର, ଇନ୍ଦୋରର ୱାନ ଷ୍ଟପ୍ ସେଂଟରରୁ ଗ୍ରାଉଣ୍ଡ ରିପୋର୍ଟ
ନୂଆଦିଲ୍ଲୀ, 19 ଜୁନ୍ (ହି.ସ.)-ଅନେକ ସମୟରେ କଷ୍ଟ ପରେ ଜୀବନର ଦିଗ ଓ ଅବସ୍ଥା ପରିବର୍ତ୍ତିତ ହୋଇଯାଏ। କେହି ଏହାକୁ ସକାରାତ୍ମକ ଭାବରେ ଗ୍ରହଣ କରି, କେବଳ ନିଜ ଜୀବନକୁ ସୁସଜ୍ଜିତ କରିବାରେ ନୁହେଁ, ବରଂନିଜ ପରି ମହିଳାମାନଙ୍କୁ ସାହାଯ୍ୟ କରିବାରେ ମଧ୍ୟ ଲାଗି ପଡିଥାନ୍ତି। କେନ୍ଦ୍ର
ଵାନ ଷ୍ଟପ


ନୂଆଦିଲ୍ଲୀ, 19 ଜୁନ୍ (ହି.ସ.)-ଅନେକ ସମୟରେ କଷ୍ଟ ପରେ ଜୀବନର ଦିଗ ଓ ଅବସ୍ଥା ପରିବର୍ତ୍ତିତ

ହୋଇଯାଏ। କେହି ଏହାକୁ ସକାରାତ୍ମକ ଭାବରେ ଗ୍ରହଣ କରି, କେବଳ ନିଜ ଜୀବନକୁ ସୁସଜ୍ଜିତ କରିବାରେ ନୁହେଁ, ବରଂନିଜ ପରି ମହିଳାମାନଙ୍କୁ ସାହାଯ୍ୟ କରିବାରେ ମଧ୍ୟ ଲାଗି

ପଡିଥାନ୍ତି। କେନ୍ଦ୍ରୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସହଯୋଗରେ ଚାଲୁଥିବା ଇନ୍ଦୋରର ୱାନ୍-ଷ୍ଟପ୍

ସେଣ୍ଟରରେ ଏଭଳି ପ୍ରେରଣା ଦେଉଥିବା ପୀଡ଼ିତା ମହିଳାମାନଙ୍କର ଅନେକ କାହାଣୀ ମିଳିବ। ରେଖା

(ପରିବର୍ତ୍ତିତ ନାମ)ଙ୍କ କାହାଣୀ ମଧ୍ୟ କୌଣସି ପ୍ରେରଣାରୁ କମ୍ ନୁହେଁ। 36 ବର୍ଷୀୟ ରେଖାଙ୍କ ସ୍ୱାମୀ

ଚାରି ବର୍ଷ ପୂର୍ବରୁ ତାଙ୍କ ତଣ୍ଟି ଚିପି ତାଙ୍କୁ ମରିବା ପାଇଁ ରାସ୍ତାରେ ଛାଡିଦେଇଥିଲେ। ଏହା

ସମୟ ଥିଲା କୋଭିଡ୍-19 ମହାମାରୀର କଠିନ ସମୟ। ଆହତ ରେଖା ଇନ୍ଦୋରର ବିଜୟନଗର ଥିବା ୱାନ୍-ଷ୍ଟପ୍

ସେଣ୍ଟରରେ ପହଞ୍ଚିଥିଲେ ଓ ସେଠାରେ ସାତ ଦିନ ଆଶ୍ରୟ ନେଇଥିଲେ। ସେ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ

ସହ ତାଙ୍କ ଶାଶୁଘର ଲୋକମାନେ ମଧ୍ୟରାତ୍ରିରେ ତାଙ୍କୁ ମାରପିଟ କରିଥିଲେ ଓ ଘରୁ ବାହାର କରିଦେଇଥିଲେ।

ମଧ୍ୟରାତ୍ରିରେ ସେ ୱାନ୍-ଷ୍ଟପ୍ ସେଣ୍ଟରକୁ ଆସିଥିଲେ ଯେଉଁଠାରେ ତାଙ୍କୁ ଚିକିତ୍ସା ସୁବିଧା ସହ

ସାତ ଦିନ ପାଇଁ ଆଶ୍ରୟ ଦିଆଯାଇଥିଲା। ତାଙ୍କ ଆଇନଗତ ସହାୟତା ମିଳିଥିଲା ଓ କାଉନସେଲିଂ

କରାଯାଇଥିଲା। ଏହାପରେ ତାଙ୍କୁ ଛଅ ମାସର ଟ୍ରେନିଂ ଦେଇ ଏକ ଏନଜିଓରେ ଚାକିରି ଦିଆଯାଇଥିଲା। ଆଜି

ବି ଆଇନଗତ ଲଢେଇ ଜାରି ରଖିଥିବା ରେଖା ଏବେ ତାଙ୍କ ପରି ଶାଶୁଘର ପକ୍ଷରୁ ପୀଡ଼ିତ ମହିଳାମାନଙ୍କୁ

ସହାୟତା କରୁଛନ୍ତି ଓ ସେମାନଙ୍କୁ ସମ୍ବଳ ଦେଉଛନ୍ତି।

ଇନ୍ଦୋରର ବିଜୟନଗର ଥିବା ୱାନ୍-ଷ୍ଟପ୍ ସେଣ୍ଟରରେ ନିଜ ମାମଲା ବିଷୟରେ ତଥ୍ୟ ନେବାକୁ

ଆସିଥିବା ରେଖା କହିଛନ୍ତି ଯେ, ମହିଳାମାନେ ଅନେକ ସମୟରେ ନିଜ

ସମ୍ପର୍କକୁ ବଞ୍ଚାଇବାର ଚେଷ୍ଟାରେ ଏହା ଭୁଲିଯାନ୍ତି ଯେ ତାଙ୍କର ମଧ୍ୟ ଅସ୍ତିତ୍ୱ ଅଛି, ସେମାନଙ୍କର ମଧ୍ୟ ମୁଣ୍ଡ ଉଠାଇ ଜୀବନ ବିତାଇବାର ଅଧିକାର ଅଛି। ଦୁର୍ବ୍ୟବହାର ସହିବା

ଦ୍ୱାରା ସମସ୍ୟାର ସମାଧାନ ହେଉନାହିଁ,

ତେଣୁ ପ୍ରଥମେ ମହିଳାମାନେ

ନିଜକୁ ସବଳ କରିବା ଉଚିତ ଓ ଏହି ଶିକ୍ଷା ସେ ଏବେ ସମସ୍ତଙ୍କୁ ଦେଉଛନ୍ତି।

ଏହି ସେଣ୍ଟରରେ ଏକ ମାସର ଶିଶୁ ସହିତ ହର୍ଷିତା (ପରିବର୍ତ୍ତିତ ନାମ) ପହଂଚିଥିଲେ। ତାଙ୍କର

ଆଖିରୁ ଝରୁଥିବା ଲୁହରେ ତାଙ୍କର ଭବିଷ୍ୟତ ସହ ତାଙ୍କର ଛୁଆ ପାଇଁ ଚିନ୍ତା ସ୍ପଷ୍ଟ

ଦେଖାଯାଉଥିଲା। ସେ କହିଛନ୍ତି ଯେ,

ତାଙ୍କର ଝିଅ ଜନ୍ମ ହୋଇଥିବାରୁ

ତାଙ୍କ ସ୍ୱାମୀ ତାଙ୍କୁ ଛାଡି ଦେଇଛନ୍ତି । ଦୁଇ ବର୍ଷ ପୂର୍ବରୁ ବିବାହ କରି ଗୋଟିଏ ସୁନ୍ଦର

ଜୀବନର ସ୍ଵପ୍ନ ଏବେ ଭଙ୍ଗିବାକୁ ଲାଗିଛି। ହର୍ଷିତା କହିଛନ୍ତି ଯେ ଏବେ ତାଙ୍କର ଓ ତାଙ୍କ

ଝିଅଙ୍କର ଭରଣପୋଷଣ ତାଙ୍କ ସ୍ୱାମୀକୁ ଦେବାକୁ ପଡିବ । ଇକୋନୋମିକ୍ସରେ ଏମଏ ଡିଗ୍ରୀ ହାସଲ କରିଥିବା

ହର୍ଷିତା ଏବେ ନିଜ ସହିତ ଘଟିଥିବା ଧୋକା ସହିତ ତାଙ୍କର ଝିଅ ପାଇଁ ନ୍ୟାୟ ଚାହାଁନ୍ତି।

ହର୍ଷିତା ଚାହାଁନ୍ତି ଯେ ତାଙ୍କର ଘର ଆଗାମୀ ଦିନରେ ବସିଯାଉ । ଏହି ଆଶା ନେଇ ସେ ଗତ ଗୋଟିଏ ମାସ

ହେବ ଏହି ଏହି ସେଣ୍ଟରକୁ ଆସୁଛନ୍ତି ଓ ଆଇନଗତ ପରାମର୍ଶ ନେଉଛନ୍ତି। ହର୍ଷିତା ଆଶା କରିଛନ୍ତି ଯେ

ଏହି ସେଣ୍ଟରକୁ ଶୁଣାଣି ପାଇଁ ଦିନେ ତାଙ୍କର ସ୍ୱାମୀ ନିଶ୍ଚୟ ଆସିବେ ଓ ସବୁ କିଛି ଠିକ୍ ହେବ।

୫୦ ବର୍ଷୀୟ କୌଶଲ୍ୟା ମଧ୍ୟ ନ୍ୟାୟ ପାଇଁ ଓନ୍-ଷ୍ଟପ୍ ସେଣ୍ଟରକୁ ଆସିଛନ୍ତି । ବୟସର ଏହି

ପର୍ଯ୍ୟାୟରେ ମଧ୍ୟ ତାଙ୍କର ସ୍ୱାମୀ ପ୍ରତିଦିନ ତାଙ୍କୁ ମାରୁଛନ୍ତି। ଅନ୍ୟ ଘରେ ବାସନ ମାଜି ଯାହା

ଟଙ୍କା ଉପାର୍ଜନ କରନ୍ତି, ସେଥିରୁ ମଧ୍ୟ ସ୍ୱାମୀ ଛଡାଇ ନେଇଥାନ୍ତି

ଓ ଘରରୁ ବାହାର କରି ଦେଇଥାନ୍ତି। ସ୍ୱାମୀଙ୍କର ଏହି ଉତ୍ପୀଡନରେ ବ୍ୟଥିତ କୌଶଲ୍ୟା ବର୍ତ୍ତମାନ ୱାନ୍-ଷ୍ଟପ୍ ସେଣ୍ଟରକୁ ନିଜ ସହାୟତା ପାଇଁ

ଆସୁଛନ୍ତି। କୌଶଲ୍ୟା କହିଛନ୍ତି ଯେ,

ତାଙ୍କର ସନ୍ତାନମାନେ ବଡ଼

ହୋଇଛନ୍ତି, କିନ୍ତୁ ଦୈନନ୍ଦିନ ମାରପିଟ ସହିବାର

ସୀମା ବି ରହିବା ଦରକାର। ସେ ଏବେତାଙ୍କର ସ୍ୱାମୀଙ୍କୁ ବୁଝାଇବା ସହ

ତାଙ୍କ ଜୀବନକୁ ବଂଚିବାକୁ ଚାହାନ୍ତି । ସେ କେବଳ

ଏହି ଆଶା ରଖିଛନ୍ତି ଯେ ଗୋଟିଏ ଦିନ ତାଙ୍କର ଜୀବନର ସବୁ କିଛି ଠିକ୍ ହୋଇଯିବ। ପୀଡ଼ିତା

ମହିଳାମାନଙ୍କ ସହିତ ଏହିପରି ଅନେକ ମାମଲା ପ୍ରତିଦିନ ଏଠାକୁ ଆସେ। ଓନ୍-ଷ୍ଟପ୍ ସେଣ୍ଟରର

ପ୍ରଶାସକ ଡ଼ଃ ଭଞ୍ଚନା ସିଂହ ପରିହାର କହିଛନ୍ତି ଯେ, ଯେତେବେଳେ ନିର୍ଭୟା ଫଣ୍ଡରୁ ପୀଡ଼ିତା ମହିଳାମାନଙ୍କ ପାଇଁ ଦେଶରେ ସବୁଠାରୁ ପ୍ରଥମେ ୱାନ୍-ଷ୍ଟପ୍

ସେଣ୍ଟର ଆରମ୍ଭ କରାଯାଉଥିଲା, ସେତେବେଳେ ଏକ ସେଣ୍ଟର ଇନ୍ଦୋରରେ ଆରମ୍ଭ

ହୋଇଥିଲା। ଏଠାରୁ 2016 ରୁ ‘ୱନ୍-ଷ୍ଟପ୍ ସେଣ୍ଟର’ ଚାଲୁ ହେଉଛି। ଯେଉଁଠି ପ୍ରଧାନତଃ ଘରୋଇ ହିଂସା ଓ ମହିଳାମାନଙ୍କ ଉପରେ ଉତ୍ପୀଡନ ନିବାରଣ

ପାଇଁ ସେଣ୍ଟର ଦ୍ୱାରା ସେବା ପ୍ରଦାନ କରାଯାଉଛି। ଏହି ସେଣ୍ଟରରେ ମହିଳାମାନଙ୍କୁ ଏକ ସ୍ଥାନରେ

ଆଶ୍ରୟ, ଚିକିତ୍ସା, ଆଇନଗତ ସହଯୋଗ, ପୋଲିସ ସହଯୋଗ ଓ ପରାମର୍ଶ ଦିଆଯାଉଛି।

ସେ କହିଛନ୍ତି ଯେ, ‘ୱାନ୍-ଷ୍ଟପ୍ ସେଣ୍ଟର’ରେ ଏପର୍ଯ୍ୟନ୍ତ ୧୫,୬୮୩ ମାମଲା ଆସିଛି, ଯାହାରେ ପ୍ରାୟ ୮୦ ପ୍ରତିଶତ

ମାମଲାର ସମାଧାନ ହୋଇଛି। ସେ କହିଛନ୍ତି ଯେ ଇନ୍ଦୋରର ୱାନ୍-ଷ୍ଟପ୍ ସେଣ୍ଟର ଦ୍ୱାରା ଘରୋଇ ହିଂସା

ପୀଡିତା ମହିଳାମାନେ ପୁନର୍ବାସ ପାଇଁ ବିଭିନ୍ନ ପ୍ରଶିକ୍ଷଣ ଓ ସ୍ୱରୋଜଗାର ଯୋଜନା ଯେପରିକି ‘ମୁଦ୍ରା’ ଯୋଜନା ସହ ଯୋଡ଼ିବା, ତାଙ୍କୁ ଚାକିରି କରାଇବା, ଦରକାରି ଡକ୍ୟୁମେଣ୍ଟ

ବନେଇଦେବା ଓ ଆର୍ଥିକ ସହାୟତା ଦେବା ପର୍ଯ୍ୟନ୍ତ କାର୍ଯ୍ୟ କରାଯାଇଛି। ମହିଳା ଓ ଶିଶୁ ବିକାଶ

ବିଭାଗର ଇନ୍ଦୋର ମଣ୍ଡଳର ସଂଯୁକ୍ତ ନିର୍ଦ୍ଦେଶିକା ଡ଼ଃ ସନ୍ଧ୍ୟା ବ୍ୟାସ କହିଛନ୍ତି ଯେ, ଗତ କିଛି ବର୍ଷରେ

ମହିଳାମାନଙ୍କ ମଧ୍ୟରେ ନିଜ ଅଧିକାର ସମ୍ପର୍କରେ ସଚେତନତା ବୃଦ୍ଧି ପାଇଛି। ଗତ ୯ ବର୍ଷ ଧରି ୱାନ୍-ଷ୍ଟପ୍

ସେଣ୍ଟର ଚାଲିଆସୁଛି, ଯେଉଁଠାରୁ ମହିଳାମାନଙ୍କୁ କେବଳ ସମସ୍ତ ପ୍ରକାରର ସହାୟତା

ମିଳୁନାହିଁ, ବରଂ ସେମାନଙ୍କୁ ଆତ୍ମନିର୍ଭର ବନେଇବା ପାଇଁ ମଧ୍ୟ କାମ କରାଯାଉଛି। ଘରୋଇ ହିଂସା ପୀଡିତା

ମହିଳାମାନଙ୍କର ସମସ୍ୟାର ସମାଧାନ, ସଫଳତା ଓ ପୁନର୍ବାସ ଉପରେ ଭଳି ଭାବରେ ଗୁରୁତ୍ୱ ଦିଆଯାଉଛି।

ମହିଳାମାନଙ୍କର ଇଚ୍ଛା ଓ କ୍ଷମତା ଅନୁଯାୟୀ ସେମାନଙ୍କୁ ସମସ୍ତ ପ୍ରକାରର ପ୍ରଶିକ୍ଷଣ

ଦେବାରେ ବିଭାଗ କାର୍ଯ୍ୟ କରୁଛି, ଏହି କାରଣରୁ ଇନ୍ଦୋରର ୱାନ୍-ଷ୍ଟପ୍ ସେଣ୍ଟର ଅନ୍ୟାନ୍ୟ ରାଜ୍ୟ

ପାଇଁ ମଧ୍ୟ ପ୍ରେରଣାର ସ୍ରୋତ ହୋଇଛି। ଉଲ୍ଲେଖନୀୟ ଯେ, ୱାନ୍-ଷ୍ଟପ୍ ସେଣ୍ଟର ମିସନ୍ ଶକ୍ତିର

ଅନ୍ତର୍ଗତ ସମ୍ବଳ ଭାଗର ଗୋଟିଏ ଅଂଶ। ଏହା ହିଂସାରେ ପ୍ରଭାବିତ ମହିଳା ଓ ସଙ୍କଟଗ୍ରସ୍ତ

ମହିଳାମାନଙ୍କୁ ବ୍ୟକ୍ତିଗତ ଓ ସାର୍ବଜନୀନ ସ୍ଥାନରେ ଏକ ଛାତ ତଳେ ଏକତ୍ର ସହଯୋଗ ଓ ସେବା ପ୍ରଦାନ

କରେ। ଏହି କେନ୍ଦ୍ର ମହିଳାମାନଙ୍କୁ ଚିକିତ୍ସା ସହଯୋଗ, ଆଇନଗତ ସହଯୋଗ ଓ ପରାମର୍ଶ, ଅସ୍ଥାୟୀ ଆଶ୍ରୟ, ପୋଲିସ ସହଯୋଗ ଓ

ମନୋ-ସାମାଜିକ କାଉନସେଲିଂ ପରି ସେବା ପ୍ରଦାନ କରେ। ବର୍ତ୍ତମାନ ସମୟରେ ଦେଶରେ ୮୦୨ ଟି ଓଏସସି କିମ୍ବା

ନିଜ ଭବନରେ, କିମ୍ବା ପୂର୍ବରୁ ଥିବା ସରକାରୀ ଭବନରେ, କିମ୍ବା ଭଡା ଘରରେ ଚାଲିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande