କୋଲକାତା, 19 ଜୁନ୍ (ହି.ସ.)- ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ଓ କୋଲକାତା ହାଇକୋର୍ଟର ପୂର୍ବତନ
ନ୍ୟାୟାଧୀଶ ଅଭିଜିତ ଗାଙ୍ଗୋପାଧ୍ୟାୟଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ କୋଲକାତାର
ୱୁଡଲ୍ୟାଣ୍ଡସ୍ ମଲ୍ଟିସ୍ପେସିଆଲିଟି ହାସପିଟାଲରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ବିଶେଷଜ୍ଞ
ଡାକ୍ତରଙ୍କ ଟିମ୍ ତାଙ୍କ ଉପରେ ଲାଗାତାର ନଜର ରଖିଛନ୍ତି।
୬୩ ବର୍ଷୀୟ ଗାଙ୍ଗୋପାଧ୍ୟାୟଙ୍କୁ ଜୁନ୍ ୧୪ରେ ପେଟରେ ଯନ୍ତ୍ରଣା,ବାନ୍ତି ଓ ପେଟ ଫୁଲିବା କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯଂଚ ବେଳେ ତୀବ୍ର
ପ୍ୟାନ୍କ୍ରିଆଟାଇଟିସ୍ ଓ ଗ୍ୟାସ୍ଟ୍ରୋଇନ୍ଟେଷ୍ଟିନାଲ୍ ସେପ୍ସିସ୍ ଥିବା ଜଣାପଡିଛି। ହସ୍ପିଟାଲର
ପ୍ରବନ୍ଧ ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପକ ବରୁଆ ବୁଧବାର ରାତିରେ
କହିଛନ୍ତି ଯେ, ଗାଙ୍ଗୋପାଧ୍ୟାୟଙ୍କ ଅବସ୍ଥାରେ ଗତ ୨୪
ଘଣ୍ଟାରେ ସାମାନ୍ୟ ଉନ୍ନତି ହୋଇଛି,
କିନ୍ତୁ ତାଙ୍କୁ ଆଇସିୟୁରେ
ବିଶେଷ ନଜରରେ ରଖାଯାଇଛି । ସେ କହିଛନ୍ତି,
“ପରିସ୍ଥିତି ଗୁରୁତର ଓ
ଆମେ କୌଣସି ରିସ୍କ ନେଉନାହିୁ। ବିଶେଷଜ୍ଞ ଡାକ୍ତରମାନଙ୍କର ଏକ ମଲ୍ଟିସ୍ପେସିଆଲିଟି ଟିମ୍
ତାଙ୍କର ଦେଖାଶୁଣା କରୁଛନ୍ତି।”
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା