ଜାଗ୍ରେବ, 19 ଜୁନ୍ (ହି.ସ.)-ଭାରତର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ଜାଗ୍ରେବ ସ୍ଥିତ ଐତିହାସିକ ବାନ୍ସକି ଦ୍ଵୋରି ମହଲରେ
କ୍ରୋଏସିଆର ପ୍ରଧାନମନ୍ତ୍ରୀ ଆନ୍ଦ୍ରେଜ ପ୍ଲେଙ୍କୋଭିଚ୍ ସହିତ ଭେଟିଛନ୍ତି। ଏହା କୌଣସି ଭାରତୀୟ
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କ୍ରୋଏସିଆକୁ ପ୍ରଥମ ଔପଚାରିକ ଗସ୍ତ ଅଟେ, ଯାହାକି ଉଭୟ ଦେଶଙ୍କ
ମଧ୍ୟରେ ରଣନୀତିମୂଳକ ଭାଗିଦାରୀକୁ ଏକ ନୂଆ ଦିଗ ଦେଇଛି।
ପ୍ରଧାନମନ୍ତ୍ରୀ ମୋଦି କ୍ରୋଏସିଆ
ପହଞ୍ଚିବା ସମୟରେ ପ୍ରଧାନମନ୍ତ୍ରୀ ପ୍ଲେଙ୍କୋଭିଚ୍ ନିଜେ ବିମାନବନ୍ଦରକୁ ଯାଇ ତାଙ୍କ ସ୍ବାଗତ କରିଥିଲେ
। ଏହା ପରେ ଏକ ଭବ୍ୟ ଔପଚାରିକ ସ୍ବାଗତ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାର୍ଡ ଅଫ୍
ଅନର୍ ପ୍ରଦାନ କରାଯାଇଥିଲା।
ବୈଠକ ସମୟରେ ଉଭୟ ନେତା
ବ୍ୟାପାର, ବିନିଯୋଗ, ବିଜ୍ଞାନ ଓ ପ୍ରଯୁକ୍ତି, ପ୍ରତିରକ୍ଷା,
ସଂସ୍କୃତି ଓ ଶିକ୍ଷା ପରି ବିଭିନ୍ନ କ୍ଷେତ୍ରରେ
ଦ୍ୱିପକ୍ଷୀୟ ସହଯୋଗକୁ ଆହୁରି ଦୃଢ଼ କରିବା ଉପରେ ଗଭୀର ଆଲୋଚନା କରିଥିଲେ। ଭିତ୍ତିଭୂମି ବିକାଶ, ବନ୍ଦର, ଡିଜିଟାଲାଇଜେସନ୍, କୃତ୍ରିମ
ବୁଦ୍ଧିମତ୍ତା , ଫାର୍ମା, ନବୀକରଣଯୋଗ୍ୟ ଉର୍ଜା ଓ
ପର୍ଯ୍ୟଟନ ଭଳି କ୍ଷେତ୍ରରେ ସାଂଘିକ ଭାଗିଦାରୀକୁ ଶକ୍ତିଶାଳୀ କରିବା ପାଇଁ ସମ୍ମତି ହୋଇଛି।
ପ୍ରଧାନମନ୍ତ୍ରୀ ମୋଦି ଭାରତର
ଦକ୍ଷ ମାନବ ସଂସାଧନ ସମ୍ଭାବନାକୁ ଉଲ୍ଲେଖ କରି, ଗତିଶୀଳତା ଓ
ଦକ୍ଷତା ବିକାଶ କ୍ଷେତ୍ରରେ ପ୍ରତିଷ୍ଠାନଗତ ସହଯୋଗ ପ୍ରସ୍ତାବ ରଖିଥିଲେ। ଉଭୟ ଦେଶ
ଇଣ୍ଡିଆ-ମିଡିଲ୍ ଇଷ୍ଟ-ୟୁରୋପ ଆର୍ଥିକ କରିଡୋର୍ ଅନ୍ତର୍ଗତ ସଂଯୋଗ ବଢ଼ାଇବା ବିଷୟରେ ମଧ୍ୟ
ସମ୍ମତି ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା