13 Jul 2025, 20:14 HRS IST

ମହିଳା ମାନଙ୍କ ସୁରକ୍ଷାକୁ ନେଇ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏସପିଙ୍କୁ ଦାବିପତ୍ର
କେନ୍ଦୁଝର, 20 ଜୁନ୍ (ହି.ସ.) ଜିଲ୍ଲାର ଆଇନ ଶୃଙ୍ଖଳା ସୁଧାରିବା ପାଇଁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏସପି ଙ୍କୁ ଦାବିପତ୍ର ଦିଆଯାଇଛି। ଜିଲ୍ଲା ଓକିଲ ସଂଘ ସଭାପତି ଆଲୋକ ମହାନ୍ତଙ୍କ ନେତୃତ୍ୱ ରେ ସଂଘର କାର୍ଯ୍ୟକର୍ତ୍ତା ଓ ସଦସ୍ୟା ମାନେ ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର ଦଗଦୁ ଙ୍କୁ ଭେଟି ପଣ୍ଡାପଡ଼ା
Lawer association gave memorandum


କେନ୍ଦୁଝର, 20 ଜୁନ୍ (ହି.ସ.)

ଜିଲ୍ଲାର ଆଇନ ଶୃଙ୍ଖଳା ସୁଧାରିବା ପାଇଁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏସପି ଙ୍କୁ ଦାବିପତ୍ର ଦିଆଯାଇଛି। ଜିଲ୍ଲା ଓକିଲ ସଂଘ ସଭାପତି ଆଲୋକ ମହାନ୍ତଙ୍କ ନେତୃତ୍ୱ ରେ ସଂଘର କାର୍ଯ୍ୟକର୍ତ୍ତା ଓ ସଦସ୍ୟା ମାନେ ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର ଦଗଦୁ ଙ୍କୁ ଭେଟି ପଣ୍ଡାପଡ଼ା ଥାନା ଅଧୀନରେ ଘଟିଥିବା ଗଣ ବଳାତ୍କାର ଓ ହତ୍ୟା ଘଟଣାରେ ଚାରି ଜଣଙ୍କୁ ଗିରଫ କରିଥିବା ନେଇ ଧନ୍ୟବାଦ ପ୍ରଦାନ କରି ଆଲୋଚନ କରିଥିଲେ। ବିଶେଷ କରି ଉକ୍ତ ଘଟଣାର ତଦନ୍ତ ଶୀଘ୍ର ସାରି ଚାର୍ଜସିଟ୍ ଦାଖଲ କରିବା ପାଇଁ ପଣ୍ଡାପଡ଼ା ଥାନାଧିକାରୀ ଆଦେଶ କରି ଦୋଷୀ ମାନେ କିପରି ଦଣ୍ଡ ପାଇବେ ଓ ଏହାର ବିଚାର ଫାଷ୍ଟ ଟ୍ରାକ ସ୍ଵତନ୍ତ୍ର କୋର୍ଟ ରେ ତ୍ଵରାନିତ ହେବ ସେ ନେଇ ପଦକ୍ଷେପ ନେବା ପାଇଁ ଦାବି କରିଥିଲେ। ଆଗକୁ ରଥ ଯାତ୍ରା ଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ସହର ତଥା ସହର ଲାଗିଥିବା ଗ୍ରାମାଞ୍ଚଳ ତଥା ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ପେଟ୍ରଲିଂ ବ୍ୟବସ୍ଥା ତ୍ଵରାନିତ କରିବା ପାଇଁ ଉପ ସଭାପତି ଭାରତ ଭୂଷଣ ଦାସ ଦାବୀ କରିଥିଲେ।

ସେହିପରି ଏହା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ହୋଇଥିବାରୁ ନାରୀ ମାନଙ୍କ ପ୍ରତି ଅଧିକ ସୁରକ୍ଷା ଦେବା ସହ ଏକ ହେଲ୍ପଲାଇନ ସେବା ବ୍ୟବସ୍ଥା ଜାରି କରିବା ପାଇଁ ଦାବି କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ଭାରତ ଭୂଷଣ ଦାସ, ସଂପାଦକ ଅକ୍ଷୟ କୁମାର ଜେନା, ଯୁଗ୍ମ ସଂପାଦକ ହୁସେନ ଉଡ଼ିନ, କାର୍ଯ୍ୟକାରୀ ସଦସ୍ୟ ସୁବ୍ରତ କୁମାର ସେଠୀ, ଅର୍ଚ୍ଚନା ଦାସଙ୍କ ବହୁ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande