ବଲାଙ୍ଗୀର, ୧୩ ଜୁଲାଇ(ହି.ସ.) – ଭୀମ ଆର୍ମି ବଲାଙ୍ଗିର, ଓଡିଶା ତରଫରୁ ବଲାଙ୍ଗିର ରେ ସମ୍ବିଧାନ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନ ମହିଳା ବିଦ୍ୟଳୟ ଠାରେ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ବ୍ଲକ, ପଂଚାୟତରୁ କୋଣ ଅନୁକୋଣ ରୁ ଶତାଧିକ କର୍ମୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଧିମାନ ପ୍ରସାନ୍ତ ବୌଦ୍ଧ ଯୋଗଦେଇ ପ୍ରତ୍ୟେକ ଭାଇମାନଙ୍କୁ ସମ୍ବିଧାନ ବିଚାର ଉପରେ ଉପସ୍ଥାପନା କରିଥିଲେ। ସମ୍ବିଧାନର ବିଚାରରେ କେମିତି ଏକ ସମତାମୂଳକ ସମାଜ ନିର୍ମାଣ ସହିତ ଘରେ ଘରେ ସମ୍ବିଧାନର ବିଚାର ପହଂଚିବ ତା ଉପରେ ଆଲୋକପାତ କରିଥିଲେ। ଏହି ସମ୍ବିଧାନ ର ବିଚାର ଶୁଣି ଆସିଥିବା ଶ୍ରୋତାମାନେ ନିଜକୁ ଧନ୍ୟ ମନେକରି ନିଜକୁ ଗର୍ବିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଧିମାନ ସୁଶାନ୍ତ ମଲ୍ଲିକ, ଇନ୍ଦ୍ରଜିତ ଜାଲ, ଚିନ୍ମୟ ହରପାଳ, ଭୀମ ଆର୍ମି ଜିଲ୍ଲା ଇନ୍ଚାର୍ଯ୍ୟ ଧୀମାନ ରଜନୀକାନ୍ତ ବୌଦ୍ଧ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସାଧାରଣ ସଂପାଦକ ଧୀମାନ ସୁଶାନ୍ତ ବୌଦ୍ଧ ପରିଚାଳିତ କରିଥିଲେ। ସଭା ସମିତି ଶେଷ ଆଡକୁ ଧୀମାନ ସୁଶାନ୍ତ ଭାଇ ଏବଂ ରଜନୀଙ୍କ ଜରିଆରେ କିଛି ଭୀମ ଆର୍ମି ପଦବୀ ପୁରଣ କରାଯାଇଥିଲା ଏବଂ ଜିଲ୍ଲା ସାଧାରଣ ସଂପାଦକ ସୁଶାନ୍ତ ବୌଦ୍ଧଙ୍କ ଦ୍ୱାରା ସଭା ସାଙ୍ଗ କରାଯାଇଥିଲା। ଶେଷରେ ଭୀମ ଆର୍ମି ତରଫରୁ ଜିଲ୍ଲା ସଭାପତି ଭାବେ ଅନିଲ ମୁଗ୍ରୀ ଓ ନଗର ସଭାପତି ଯଶୋବନ୍ତ ବଢିଆଙ୍କୁ ମନୋନିତ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ