ସୁରଭି ଗୋଶାଳାରେ ବୃକ୍ଷରୋପଣ
ବଲାଙ୍ଗୀର, ୧୩ ଜୁଲାଇ(ହି.ସ.) – ଆଜି ଅପରାହ୍ନ ୩ ଘଂଟାବେଳେ ବଲାଙ୍ଗୀର ସୁବର୍ଣ୍ଣପୁର ରାସ୍ତାରେ ଥିବା ବିଛୁପାଲୀ ଶ୍ରୀ ସୁରଭି ଗୋଷେବା ଧାମ ଠାରେ ବନ ମହୋତ୍ସବ ପରିପ୍ରେକ୍ଷୀରେ ବଲାଙ୍ଗିର ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ଓ ଗାୟତ୍ରୀ ପରିବାର ବଲାଙ୍ଗୀର ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋ
ସୁରଭି ଗୋଶାଳା ରେ ବୃକ୍ଷ ରୋପଣ


ସୁରଭି ଗୋଶାଳା ରେ ବୃକ୍ଷ ରୋପଣ


ସୁରଭି ଗୋଶାଳା ରେ ବୃକ୍ଷ ରୋପଣ


ସୁରଭି ଗୋଶାଳା ରେ ବୃକ୍ଷ ରୋପଣ


ସୁରଭି ଗୋଶାଳା ରେ ବୃକ୍ଷ ରୋପଣ


ବଲାଙ୍ଗୀର, ୧୩ ଜୁଲାଇ(ହି.ସ.) – ଆଜି ଅପରାହ୍ନ ୩ ଘଂଟାବେଳେ ବଲାଙ୍ଗୀର ସୁବର୍ଣ୍ଣପୁର ରାସ୍ତାରେ ଥିବା ବିଛୁପାଲୀ ଶ୍ରୀ ସୁରଭି ଗୋଷେବା ଧାମ ଠାରେ ବନ ମହୋତ୍ସବ ପରିପ୍ରେକ୍ଷୀରେ ବଲାଙ୍ଗିର ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ଓ ଗାୟତ୍ରୀ ପରିବାର ବଲାଙ୍ଗୀର ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଜିଲ୍ଲା ବନ ବିଭାଗ ସହଯୋଗ ରେ ବନପାଳ ବ୍ୟାସଦେବ ସାହୁ ଓ ଆନନ୍ଦ ସ୍ୱାଇଁଙ୍କ ତତ୍ୱାବଧାନରେ ବିଭିନ୍ନ କିସମର ଶତାଧିକ ଚାରାରୋପଣ କରାଯାଇଥିଲା। ଗ୍ରହକ ପଂଚାୟତ ପ୍ରନ୍ତ ସଭାପତି କିଶୋର ମିଶ୍ର, କାର୍ଯ୍ୟକାରୀ ସଦସ୍ୟ ମାଣିକ ବର୍ମା, ବଲାଙ୍ଗୀର ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀ, କୋଷାଧ୍ୟକ୍ଷ ନବକୃଷ୍ଣ ପଟେଲ , କାର୍ଯ୍ୟକାରୀରାମ ଶତପଥି ଓ ଅନ୍ୟ ସଦସ୍ୟମାନେ ଜୋଗଦେଇ ଚାରା ଗୁଡ଼ିକ ରୋପଣ କରିଥଲେ। ଗାୟତ୍ରୀ ପରିବାରର ମୋକ୍ଷଦା ଶର୍ମା, ବୀଣାପାଣି ଆଚାର୍ଯ୍ୟ, କମ୍ବୁ ଆଚାର୍ଯ୍ୟ, ନଳିନୀ ତ୍ରିପାଠୀ, ସ୍ମିତା ମହାରଣା, ଭୁବନେଶ୍ୱରୀ ନାଗ ଙ୍କ ସମେତ ଅନ୍ୟ ଭଉଣୀମାନେ ଥିଲେ। ଗୋଶାଳା ତତ୍ୱାବଧାରକ ତ୍ରିଲୋଚନ ମେହେର ଓ ତାଙ୍କର ସହଯୋଗୀ ମାନେ ସହଯୋଗ କରିଥଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande