ଜୟପୁର, ୨୧ ଜୁନ୍ (ହି.ସ.)- ଚଳିତ ମାସ ପନ୍ଦର ଦିନ ବ୍ୟାପୀ ଶିଶୁ ଶ୍ରମିକ ନିରାକରଣ ସଚେତନତା ପକ୍ଷ ପାଳନ ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ, କୋରାପୁଟ ତରଫରୁ ଶିଶୁ ଶ୍ରମିକ ନିରାକରଣ ଓ ସଚେତନତା ପଦଯାତ୍ରା ଆଜି ସକାଳ ୮ଟା ରେ ସୁଶ୍ରୀ ସସ୍ମିତା ମେଲେକା, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା କୋରାପୁଟ, ଲଲାଟ ରଞ୍ଜନ ସେଠି, ପୌରପାଳିକା ଅଧ୍ୟକ୍ଷ କୋରାପୁଟ, ଜିଲ୍ଲାପାଳ କୋରାପୁଟ ଭି. କୀର୍ତ୍ତି ଭାଶନ, ଆରକ୍ଷୀ ଅଧିକ୍ଷକ କୋରାପୁଟ, ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ କୋରାପୁଟ, ଉପଜିଲ୍ଲାପାଳ କୋରାପୁଟ, ଆରକ୍ଷୀ ଅଧିକ୍ଷକ ଅବକାରୀ ବିଭାଗ କୋରାପୁଟଙ୍କ ଉପସ୍ଥିତିରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା I ଉକ୍ତ ପଦ ଯାତ୍ରା ପୋଲିସ ପଡିଆ, କୋରାପୁଟ ଠାରୁ ଆରମ୍ଭ ହୋଇ କୋରାପୁଟ ସହର ପରିକ୍ରମା କରି ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଶେଷ ହୋଇଥିଲା । ଶିଶୁ ଶ୍ରମିକ ଆଇନ ସମ୍ବନ୍ଧୀୟ ପୋଷ୍ଟର , ବେନର, ପ୍ଲା କାର୍ଡ, ପ୍ରଚାର ପତ୍ର , ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଇଥିଲା ।
ଏହି ପଦଯାତ୍ରା କାର୍ଯ୍ୟକ୍ରମରେ ପ୍ରଭIଗୀୟ ଶ୍ରମ ଆୟୁକ୍ତ ଜୟପୁର , ଜ଼ିଲ୍ଲା ଶ୍ରମ ଅଧିକାରୀ ଜୟପୁର ଏବଂ ଜୟପୁର ଓ କୋରାପୁଟ ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀବୃନ୍ଦ, କୋରାପୁଟ ଶିଶୁ ମଙ୍ଗଳ କମିଟି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଟାଉନ ଥାନା ଅଧିକାରୀ, ସେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ବଣିକ ସଂଘର କର୍ମକର୍ତ୍ତା, ଶ୍ରମିକ ସଂଗଠନର କର୍ମକର୍ତ୍ତାମIନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି