17 Jul 2025, 18:36 HRS IST

ବିଜେଡିର ଭିଜନ ଡକ୍ୟୁମେଂଟର ବର୍ତମାନ ପ୍ରାସଙ୍ଗିତା ନାହିଁ - ପ୍ରଦୀପ ପୁରୋହିତ
ଭୁବନେଶ୍ୱର,୨୧ ଜୁନ (ହି.ସ)- ବିଜେପି ଭିଜନ ଡକ୍ୟୁମେଂଟକୁ ବିଜେଡି କଟାକ୍ଷ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ। ସେ କହିଛନ୍ତି ବିଜେଡି କହୁଥିଲା ଓଡ଼ିଶାରେ ମୋଦୀଙ୍କ ଛବି ନବୀନ ବାବୁ ଭଳି ସର୍ବଶ୍ରେଷ୍ଠ ନେତାଙ୍କ ସାମ୍ନାରେ କାମ କରିବ ନାହିଁ। ଡବଲ ଇଞ୍ଜିନ ସରକାର ହେଇ
ବିଜେଡିର ଭିଜନ ଡକ୍ୟୁମେଂଟର ବର୍ତମାନ ପ୍ରାସଙ୍ଗିତା ନାହିଁ - ପ୍ରଦୀପ ପୁରୋହିତ


ଭୁବନେଶ୍ୱର,୨୧ ଜୁନ (ହି.ସ)- ବିଜେପି ଭିଜନ ଡକ୍ୟୁମେଂଟକୁ ବିଜେଡି କଟାକ୍ଷ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ। ସେ କହିଛନ୍ତି ବିଜେଡି କହୁଥିଲା ଓଡ଼ିଶାରେ ମୋଦୀଙ୍କ ଛବି ନବୀନ ବାବୁ ଭଳି ସର୍ବଶ୍ରେଷ୍ଠ ନେତାଙ୍କ ସାମ୍ନାରେ କାମ କରିବ ନାହିଁ। ଡବଲ ଇଞ୍ଜିନ ସରକାର ହେଇ ପାରିବ ନାହିଁ। କିନ୍ତୁ ସରକାର ହେଲା। ଓଡ଼ିଶା ଲୋକେ ନରେନ୍ଦ୍ର ମୋଦୀଙ୍କୁ ଗ୍ରହଣ କଲେ। ଓଡ଼ିଶା ପରିବର୍ତନ ହେଲା। ମୋଦୀଙ୍କ ଗ୍ୟାରେଂଟି କୁ ଭରସା କରି ଲୋକେ ଭୋଟ ଦେଲେ। ବିଜୁ ଜନତା ଦଳ ଯେଉଁ ଭିଜନ ଡକ୍ୟୁମେଂଟ କଥା କହୁଛି ତାର କିଛି ବର୍ତମାନ ପ୍ରାସଙ୍ଗିତା ନାହିଁ ବୋଲି କହିଛନ୍ତି ସାଂସଦ ପ୍ରଦୀପ ପୁରୋହିତ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande