ଅନ୍ତର୍ଜାତୀୟ ଯୋଗ ଦିବସର ଶୁଭେଚ୍ଛା ଜଣାଇଲେ ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ୱର, 21 ଜୁନ୍ (ହି.ସ.)- ଅନ୍ତର୍ଜାତୀୟ ଯୋଗ ଦିବସର ଶୁଭେଚ୍ଛା ଜଣାଇଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା । ଶରୀର, ମନ ଏ
ଅନ୍ତର୍ଜାତୀୟ ଯୋଗ ଦିବସର     ଶୁଭେଚ୍ଛା ଜଣାଇଲେ ସୂର୍ଯ୍ୟବଂଶୀ ସୂରଜ


ଭୁବନେଶ୍ୱର, 21 ଜୁନ୍ (ହି.ସ.)- ଅନ୍ତର୍ଜାତୀୟ

ଯୋଗ ଦିବସର ଶୁଭେଚ୍ଛା ଜଣାଇଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏନେଇ ସୋସିଆଲ

ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସମସ୍ତଙ୍କୁ

ଶୁଭେଚ୍ଛା ଓ ଶୁଭକାମନା । ଶରୀର, ମନ ଏବଂ ଆତ୍ମାର ସମନ୍ୱୟ

ସୃଷ୍ଟି କରିବାର ମାଧ୍ୟମ ହେଉଛି ଯୋଗ ଯାହା ବିଶ୍ୱକୁ ଉପହାର ସ୍ୱରୂପ ପ୍ରଦାନ କରିଛି ଆମ

ପ୍ରାଚୀନ ଭାରତୀୟ ପରମ୍ପରା । ଯୁବ ବର୍ଗଙ୍କ ଠାରୁ ନେଇ ପ୍ରାପ୍ତ ବୟସ୍କଙ୍କ ପର୍ଯ୍ୟନ୍ତ, ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜି ସମଗ୍ର ବିଶ୍ୱ ଯୋଗକୁ

ଆପଣାଇଛି । ଆସନ୍ତୁ,

ଆଜି ଯୋଗ ଦିବସରେ ଶପଥ ନେବା - ଯୋଗକୁ ଦିନଚର୍ଯ୍ୟାରେ

ସାମିଲ କରିବା, ଯୋଗକୁ ଜନ ଆନ୍ଦୋଳନରେ ପରିଣତ କରିବା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande