ଭୁବନ, ୨୩ ଜୁନ୍ (ହି.ସ.) - ଭୁବନ ବ୍ଲକ ଗୋଷ୍ଠୀ କୃଷକ ପରାମର୍ଶ (ଆତ୍ମା ) କମିଟିର ସଭାପତି ଭାବେ ଜଗବନ୍ଧୁ ପୃଷ୍ଟି ନିର୍ବାଚିତ ହୋଇଛନ୍ତି। ବ୍ଲକ କୃଷି ଅଧିକାରୀ ଭାଗ୍ୟଧର ସାହୁ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ପ୍ରତିନିଧି ସଞ୍ଜୟ କୁମାର ଦାସ ଯୋଗଦେଇ ଥିଲେ। ଏହି ଅବସରରେ ମତ୍ସ୍ୟ ଅଧିକାରୀ , ଉଦ୍ୟାନ ବିଭାଗ ଅଧିକାରୀ, ମୃତିକା ସଂରକ୍ଷଣ ଅଧିକାରୀ, ପ୍ରାଣୀ ଚିକିତ୍ସା ଅଧିକାରୀ ଯୋଗ ଦେଇ ବିଭାଗୀୟ କାର୍ଯ୍ୟ ସଂପର୍କରେ ବୁଝାଇଥିଲେ । ନୂତନ ସଭାପତିଙ୍କୁ ପାଣି ପଂଚାୟତ ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ସାହୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। କୃଷି ଓଭରସିୟର ସରୋଜ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ୧୮ ପଂଚାୟତର ପ୍ରତିନିଧି ଭୁବନ ବିଜ୍ଞାପିତ ଅଂଚଳ ପରିଷଦର ୫ ଜଣ ସଦସ୍ୟ ସମେତ ସମୁଦାୟ ୨୫ ଜଣ ସଦସ୍ୟ ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର/ସୁଶାନ୍ତ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ