ବୋଲଗଡ଼ ବ୍ଲକ କଳଙ୍ଗା ଗ୍ରାମ ପଂଚାୟତରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ର ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ଖୋର୍ଦ୍ଧା, ୨୩ ଜୁନ୍ (ହି.ସ.) - ସୋମବାର ବୋଲଗଡ଼ ବ୍ଲକ ଅନ୍ତର୍ଗତ, କଳଙ୍ଗା ଗ୍ରାମ ପଂଚାୟତ କାର?୍ୟ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପୁଲିସ ପ୍ରଶାସନଙ୍କ ମିଳିତ ଜନ ଅଭିଯୋଗ ଶୁଣକ୍ଷଣି ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ବିଧାୟକ, ବେଗୁନିଆ ପ୍ରଦୀପ
ଜନ ଶୁଣାଣୀ


ଖୋର୍ଦ୍ଧା, ୨୩ ଜୁନ୍ (ହି.ସ.) - ସୋମବାର ବୋଲଗଡ଼ ବ୍ଲକ ଅନ୍ତର୍ଗତ, କଳଙ୍ଗା ଗ୍ରାମ ପଂଚାୟତ କାର?୍ୟ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପୁଲିସ ପ୍ରଶାସନଙ୍କ ମିଳିତ ଜନ ଅଭିଯୋଗ ଶୁଣକ୍ଷଣି ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ବିଧାୟକ, ବେଗୁନିଆ ପ୍ରଦୀପ କୁମାର ସାହୁ,ଆରକ୍ଷୀ ଅଧିକ୍ଷକ ଶାଗରିକା ନାଥ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ସାଫଲ୍ୟ ମଣ୍ଡିତ ପ୍ରଧାନ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ , ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ବୋଲଗଡ଼ ପଂଚାୟତ ସମିତି ଅଧ୍ୟକ୍ଷା ଖୁଲାସା ପ୍ରଧାନ,ବି ଡି ଓ , ବୋଲଗଡ଼ ସୁମନ ସୁଦ୍ଧା କୁଣ୍ଡୁ, ତହସିଲଦାର ବିଜୟ କୁମାର ସେଠୀ ,ଡେପୁଟି କଲେକ୍ଟର , ଜରୁରୀ, ଶ୍ରୀତପା ମିଶ୍ର,ସହକାରୀ ଜିଲ୍ଲାପାଳ, ଅଭିଯୋଗ, ଭୁବନେଶ୍ୱରୀ କଅଁର ଯୋଗଦେଇଥିଲେ । ଆଜିର ଅଭିଯୋଗ ଶିବିରକୁ ମୋଟ ୧୬୪ ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୧୩୬ ଗୋଟି ଅଭିଯୋଗ ବ୍ୟକ୍ତିଗତ ଏବଂ ୨୬ ଗୋଟି ଅଭିଯୋଗ ଗ୍ରାମୀଣ ସମସ୍ୟା ଜନିତ ଥିଲା । ସମସ୍ତ ଅଭିଯୋଗ ଗୁଡ଼ିକୁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରାଯାଇ ସେଗୁଡିକୁ ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପରେ ବିଧାୟକ ଶ୍ରୀଯୁକ୍ତ ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ,ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଶ୍ରୀ ସୁଗୁଡା ମୁର୍ମୁ ରାସନ କାର୍ଡ ହିତାଧିକାରୀଙ୍କୁ ରାଶନ୍ କାର୍ଡ ବଂଟନ କରିଥିଲେ କ୍ଷ ମାନ୍ୟବର ବିଧାୟକ ଏବଂ ଅତିରିକ୍ତ ଜିଲ୍ଲାପାଳ ଅଭିଯୋଗ ସ୍ଥଳରେ ବିଭିନ୍ନ ବିଭାଗୀୟ ଷ୍ଟଲ୍ ଯଥା ସମନ୍ୱିତ ଶିଶୁ ବିକାଶ ଯୋଜନା, ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନ ଷ୍ଟଲ୍‌, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା,, ପ୍ରାଥମିକ ଚିକିତ୍ସା ଶିବିର, ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ସ୍ୱଚ୍ଛତା ଷ୍ଟଲ୍‌, ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଯୋଜନା ଷ୍ଟଲ୍‌,ଆଦ୍ୱିକା ଷ୍ଟଲ୍‌,ପୋଷଣ ମାସ ଏବଂ ସମନ୍ୱିତ ଶିଶୁ ପ୍ରକଳ୍ପ ଯୋଜନା , କୃଷି ବିଭାଗ, କୃଷକ ରେଜେଷ୍ଟ୍ରି,ଉଦ୍ୟାନ କୃଷି, ଦକ୍ଷତା ବିକାଶ ଓ ନିୟୋଜନ (ନିଯୁକ୍ତି ଭିତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ନୂଆ ଓଡ଼ିଶା), ପ୍ରାଣୀ ସମ୍ପଦ, ଅନ୍ତ୍ୟୋଦୟ ଗୃହ ଯୋଜନା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ବସୁନ୍ଧରା ଯୋଜନା, ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ, ଜନ ସେବା କେନ୍ଦ୍ର ଆଦି ସଚେତନତା ଷ୍ଟଲ୍ଲ ବୁଲି ଦେଖିଥିଲେ କ୍ଷ ଜନଶୁଣାଣି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ , ଅଧିକ୍ଷଣ ଯନ୍ତ୍ରୀ, ପୂର୍ତ, ଖୋର୍ଦ୍ଧା, ଇଂ ଶିବ ଲାଲ ସାହୁ, ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଇଁ ରଶ୍ମିତା ଦାସ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ,ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ କୁମାର ହିଆଲ ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା , ଜିଲ୍ଲା ପଂଚାୟତ ଅଧିକାରୀ ଶ୍ୟାମଲେନ୍ଦୁ ନାୟକ, ମୁଖ୍ୟ ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ, ସୁଗୁଡା ମୁର୍ମୁ, ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ , ଜିଲ୍ଲା ମଙ୍ଗଳ ଅଧିକାରୀ ଡ. ଗିତାଂସୁ ଦାଶ ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଲାଇନ ଡିପାର୍ଟମେଂଟ ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀ ମାନେ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ରାକେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande