କେନ୍ଦ୍ରାପଡ଼ା, ୨୩ ଜୁନ୍(ହି.ସ.) – ମେରାଇନ ଟର୍ଟଲ ପ୍ରୋଟେକ୍ସନ ଆଣ୍ଡ ମ୍ୟାନ ଗ୍ରୁପ କନଭେନସନ ସୋସାଇଟି ତରଫରୁ ସୋସାଇଟ୍ ସଭାପତି ସତ୍ୟପ୍ରକାଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାପଡ଼ା ସହର ସନିକଟ ହୋଟେଲ ଚଣ୍ଡିଆ ପ୍ୟାଲେସ ଠାରେ ଜଳବାୟୁ ପରିବର୍ତନ, ବିଶ୍ୱତାପମାନ ଓ ଭିତର କନିକା ଗହୀର ମଥା ସମ୍ପର୍କରେ ଏକ ଆଲୋଚନା ଚକ୍ର, କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ପର୍ବ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଅଛି। ସୋସାଇଟିର ସଚିବ ପ୍ରକୃତି ବନ୍ଧୁ ହେମନ୍ତ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ଡିଏଫ୍ଓ ଶୁଭେନ୍ଦୁ ପ୍ରସାଦ ବେହେରା ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବରେ ଉତ୍ସବ ଉଦ୍ଘାଟନ କରି କହିଲେ କେନ୍ଦ୍ରାପଡ଼ାର ଐତିହାସିକ ପ୍ରାଯୁଜ୍ୟ ହେଉଛି ଗହୀର ମଥା ଆଉ ଭିତର କନିକା। ଏହା ଦିନକୁ ଦିନ କ୍ଷୟ ହେବାରେ ଲାଗିଛି । ଯଦି ଏହା ଲୋପ ପାଇଯାଏ ତେବେ କେନ୍ଦ୍ରାପଡ଼ାର ଅଧିକାଂଶ ଅଂଚଳ ସମୁଦ୍ରରେ ଲିନହେବ। ଏହାର ସୁରକ୍ଷା ନିମନ୍ତେ ବୁଦ୍ଧିଜୀବୀ, ସାହିତିକ, ପରିବେଶବିତ୍ ଓ ରାଜନୈତିକ ବ୍ୟକ୍ତି ବିଶେଷ ସମେତ ପ୍ରଶାସନ ଗୁରୁତ୍ୱ ଦେବାକୁ ମତବ୍ୟକ୍ତ କରିଥିଲେ। ବରିଷ୍ଠ ଅତିଥି ଭାବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ଶୁଭାଶୁଂ କୁମାର ଦାସ, ବରେଣ୍ୟ ଅତିଥି ଭାବରେ ମନ୍ନଥ ବରାଳ, ସମ୍ମାନୀତ ଅତିଥି ଭାବରେ ସମାଜସେବୀ ରମଣୀ ରଞ୍ଜନ ରାଉତରାୟ ଓ ଶ୍ରୀଧର କୁମାର ଭୋଳ ଯୋଗଦାନ କରି ବୃକ୍ଷ ରୋପଣ, ହେନ୍ତାଣ ବଣ ଓ ପରିବେଷ ସୁରକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ମୁଖ୍ୟବକ୍ତା ଭାବରେ ସାମ୍ବାଦିକ ଜଗନ୍ନାଥ ଧଳ ଯୋଗ ଦେଇଥିଲେ। ଏହି ଅବସରରେ ବିଶିଷ୍ଟ କବି ନଗେନ୍ଦ୍ର ସ୍ୱାଇଁ, ବସନ୍ତ ମଞ୍ଜରୀ ଦାସ, ଅଶୋକ ସାହୁ, ଚାରୁଲତା ଭୂୟାଂ, ବଳରାମ ନାୟକ, ଗୋଲକ ସେଠୀ, ଅପର୍ତୀ ସେଠୀ, ପ୍ରେମାନନ୍ଦ ଜେନା, ମମତା ସେନାପତି, କବିତା ମୁଦୁଲି, ବାବୁଲି ମଲ୍ଲିକ ଓ ଆରାଧନା ଦାସଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଶତାଧିକ କବି ସ୍ୱରଚିତ କବିତା ପାଠ କରିଥିଲେ। ପ୍ରାବନ୍ଧିକ ଅଲେଖ କୁମାର ଦାସ ପ୍ରାରମ୍ଭିକ ସୂଚନା, ଶ୍ରୀଧର କୁମାର ଭୋଳ ଅତିଥି ପରିଚୟ ଓ ମନୋରଞ୍ଜନ ତ୍ରିପାଠୀ ଅନ୍ୟବାଦ ଜ୍ଞାପନ କରିଥିଲେ । ଅନୁସୂୟା ସାମଲ, ଗାୟତ୍ରୀ ଦାସ, ସ୍ୱପ୍ନାଶୁ କୁମାର ଦାସ, କରୁଣା କର ଦାସ, ଶତ୍ରୁଘନ ତରାଇ, ଗୀତା ଦାସ, କାର୍ତିକ ଚରଣ ନାୟକ ଓ ଶ୍ରୀଧର ମହାନ୍ତିଙ୍କ ପରିଚାଳନାରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ସମସ୍ତ କବିତା ଆବୃତି କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି