ନାଟ୍ୟାନୁଷ୍ଠାନ କାସାଣ୍ଡ୍ରା କଲଚରାଲ ସେଣ୍ଟରର ନୂତନ କର୍ମକର୍ତା ମନୋନୟନ
କେନ୍ଦୁଝର, ୨୩ ଜୁନ୍ (ହି.ସ.)- କେନ୍ଦୁଝର ଜିଲ୍ଲାର ଅନ୍ୟତମ ସର୍ବପୁରାତନ ନାଟ୍ୟାନୁଷ୍ଠାନ କାସାଣ୍ଡ୍ରା କଲଚରାଲ ସେଣ୍ଟରର ଆଗାମୀ ତିନିବର୍ଷ ନିମନ୍ତେ କର୍ମକର୍ତା ଓ କାର୍ଯ୍ୟନିର୍ବାହୀ ପରିଷଦ ମନୋନୟନ ହୋଇଯାଇଛି। ମାଧପୁରସ୍ଥ କାସାଣ୍ଡ୍ରା ସଭା ଗୃହରେ ହରିହର ସାହୁଙ୍କ ଅଧ୍ୟକ୍ଷତା ଓ ମଳୟ ମହାପାତ୍ରଙ୍କ ସ
Cassandra new general body elect


କେନ୍ଦୁଝର, ୨୩ ଜୁନ୍ (ହି.ସ.)- କେନ୍ଦୁଝର ଜିଲ୍ଲାର ଅନ୍ୟତମ ସର୍ବପୁରାତନ ନାଟ୍ୟାନୁଷ୍ଠାନ କାସାଣ୍ଡ୍ରା କଲଚରାଲ ସେଣ୍ଟରର ଆଗାମୀ ତିନିବର୍ଷ ନିମନ୍ତେ କର୍ମକର୍ତା ଓ କାର୍ଯ୍ୟନିର୍ବାହୀ ପରିଷଦ ମନୋନୟନ ହୋଇଯାଇଛି। ମାଧପୁରସ୍ଥ କାସାଣ୍ଡ୍ରା ସଭା ଗୃହରେ ହରିହର ସାହୁଙ୍କ ଅଧ୍ୟକ୍ଷତା ଓ ମଳୟ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ସର୍ବସମ୍ମତି ଭାବେ ହରିହର ସାହୁ ସଭାପତି, ଦିଲ୍ଲୀପ କୁମାର ମହାନ୍ତି ଉପସଭାପତି, ରବୀନ୍ଦ୍ର କୁମାର ସେଠୀ ସାଧାରଣ ସମ୍ପାଦକ, ମନୋଜ କୁମାର ବେହେରା ଯୁଗ୍ମ ସମ୍ପାଦକ, ତୁଷାର ସାମନ୍ତ ସଂଗଠନ ସମ୍ପାଦକ,ଭାଗିରଥି ସାହୁ ସାଂସ୍କୃତିକ ସମ୍ପାଦକ, ଗଜେନ୍ଦ୍ର କୁମାର ମିଶ୍ର କୋଷାଧକ୍ଷ, ମନୋରଞ୍ଜନ ମଙ୍ଗରାଜ, ଭାସ୍କର ମିଶ୍ର, ସଞ୍ଜୟ ପାଇକରାୟ, ଜିତେନ୍ଦ୍ର ପରିଡା, ଶ୍ୟାମସୁନ୍ଦର ପଣ୍ଡା, ମନଶ୍ଵେତା ମିଶ୍ର, ଚକ୍ରଧର ହୋତା, ଅଶୋକ ମହାରଣା କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ରାଜ୍ୟ ତଥା ଦେଶରେ ଅତ୍ୟନ୍ତ ପରିଚିତ ଏହି ଅନୁଷ୍ଠାନ ଆଗାମୀ ସମୟରେ ପାରମ୍ପରିକ ଭାବେ ନାଟ୍ୟ ପ୍ରତିଯୋଗିତା ଆୟୋଜନ କରିବା ସହିତ ଅନ୍ୟାନ୍ୟ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବ ବୋଲି ସମ୍ପାଦକ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande