ଚମ୍ପୁଆ, ୨୩ ଜୁନ୍(ହି.ସ.) – ସମ୍ଭାବିତ ଝାଡ଼ାବାନ୍ତି ଓ ହଇଜାର ମୁକାବିଲା ନିମନ୍ତେ ଚମ୍ପୁଆରେ ବିଜ୍ଞାପିତ ଅଂଚଳ ପରିଷଦ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ହୋଟେଲ , ଫାଷ୍ଟଫୁଡ୍ ଷ୍ଟଲ୍, ଉଠା ଜଳଖିଆ ଦୋକାନ, ରେଷ୍ଟୁରାଂଟ ଆମିଷ ଦୋକାନ ଗୁଡ଼ିକ ଉପରେ ଚଢ଼ାଉ ଜାରି ରହିଛି। ଦୋକାନ ଗୁଡ଼ିକରୁ ପାନୀୟ ଜଳର ନମୁନା ସଂଗ୍ରହ କରାଯିବା ସହ ବାସୀ ଖାଦ୍ୟ ବିକୁଥିବା ଓ ଖାଦ୍ୟକୁ ଘୋଡାଇ ରଖିନଥିବା ଦୋକାନୀମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି। ମୋଟ୍ ଏଗାର ହଜାର ଟଙ୍କା ଜୋରିମାନା ଆଦାୟ କରା ଯାଇଛି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟି ରେ ରଖି ବିଶେଷ କରି ପାନୀୟ ଜଳ ପାତ୍ର ଓ ଦୋକାନରେ ସ୍ୱଚ୍ଛତା ରଖିବାକୁ ଦୋକାନୀ ମାନଙ୍କୁ କଡ଼ା ତାଗିଦ୍ କରାଯାଇଛି। ସ୍ୱଛତା ପ୍ରତି ଦୃଷ୍ଟି ନ ଦେଲେ ଦୋକାନ ଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳପାଇଁ ବନ୍ଦ କରିବାକୁ ପରିଷଦ ପକ୍ଷରୁ ଦୋକାନୀ ମାନଙ୍କୁ ଚେତାବନୀ ଦିଆଯାଇଛି। ଏହି ଚଢ଼ାଉରେ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଜଗନ୍ନାଥ ବେହେରା, ସାନିଟେସନ ଇନଚାର୍ଜ ବିଜୟ କୁମାର ମିଶ୍ର, ମେଡିକାଲ ମ୍ୟାନେଜର ୱାସିମ୍ ଅଖତାର, ଏନଫୋର୍ସମେଂଟ ଟିମ୍ ଓ ଥାନା ଅଧିକାରୀ ସାମିଲ୍ ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta