ଚନ୍ଦ୍ରଶେଖର ସେଠୀଙ୍କୁ ରାଷ୍ଟ୍ରଜ୍ୟୋତି ସମ୍ମାନ ପ୍ରଦାନ
କେନ୍ଦ୍ରାପଡ଼ା, ୨୩ ଜୁନ୍‌(ହି.ସ.) – ସ୍ଥାନୀୟ ଟାଉନ ହଲ ଠାରେ ମଦର ଟେରେସା ଚାରିଟେବୁଲୁ ଟ୍ରଷ୍ଟ ତରଫରୁ ଆୟୋଜିତ ରଜ ଉତ୍ସବରେ ଭ୍ୱବନେଶ୍ୱର ସରକାରୀ ବି.କେ.ଆର୍ଟ କଲେଜର ଅଧ୍ୟକ୍ଷ ଓ ଚିତ୍ରଶିଳ୍ପୀ ଚନ୍ଦ୍ରଶେଖର ସେଠୀ ବୈଜ୍ଞାନିକ ସୁଲିଲ କୁମାର ନାୟକ, ଚିତ୍ରଶିଳ୍ପୀ ଆସିସ ସରଣ, ଓଡିଶୀ ନୃତ୍ୟ ଗୁରୁ ତପସ୍ୱ
ଚନ୍ଦ୍ରଶେଖର ସେଠୀଙ୍କୁ ରାଷ୍ଟ୍ରଜ୍ୟୋତି ସମ୍ମାନ ପ୍ରଦାନ


କେନ୍ଦ୍ରାପଡ଼ା, ୨୩ ଜୁନ୍‌(ହି.ସ.) – ସ୍ଥାନୀୟ ଟାଉନ ହଲ ଠାରେ ମଦର ଟେରେସା ଚାରିଟେବୁଲୁ ଟ୍ରଷ୍ଟ ତରଫରୁ ଆୟୋଜିତ ରଜ ଉତ୍ସବରେ ଭ୍ୱବନେଶ୍ୱର ସରକାରୀ ବି.କେ.ଆର୍ଟ କଲେଜର ଅଧ୍ୟକ୍ଷ ଓ ଚିତ୍ରଶିଳ୍ପୀ ଚନ୍ଦ୍ରଶେଖର ସେଠୀ ବୈଜ୍ଞାନିକ ସୁଲିଲ କୁମାର ନାୟକ, ଚିତ୍ରଶିଳ୍ପୀ ଆସିସ ସରଣ, ଓଡିଶୀ ନୃତ୍ୟ ଗୁରୁ ତପସ୍ୱିନୀ ନାୟକଙ୍କୁ ରାଷ୍ଟଜ୍ୟୋତି ସମ୍ମାନ ପ୍ରଦାନ କରାଯିବା ସହ ସ୍ନେହଲତା ସିଂହଙ୍କୁ ନାଟ୍ୟ ଅଭିନେତ୍ରୀ ହିସାବରେ ଉତ୍କଳ ଜ୍ୟୋତି ସମ୍ମାନରେ ସମ୍ମାନୀତ କରଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ମହାକାଳପଡା ବିଧାୟକ ଡ.ଦୁର୍ଗାପ୍ରସନ ନାୟକ ଯୋଗଦେଇଥିବା ବେଳେ, ପୂବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ବିଜେପି ନେତ୍ରୀ ଗୀତା ସେଠୀ ଅତିଥି ଭାବେ ଯୋଗଦେଇ ଚିତ୍ରଶିଳ୍ପୀମାନଙ୍କୁ ସମ୍ମାନୀତ କରାଯାଇଥିଲା । ସମ୍ମାନୀୟ ଅତିଥି ରୁପେ ଚନ୍ଦ୍ରଶେଖର ସେଠୀ ଏବଂ ଆଶିଷ ସରଣ ଆଦି ଯୋଗଦେଇଥିଲେ । ଅଭିରାମ ନାୟକ ମଂଚ ପରିଚାଳନା କରିଥିବା ବେଳେ ସଭାପତିତ୍ୱରେ ସୌମ୍ୟରଞ୍ଜନ ଧଳ କାର୍ଯ୍ୟ ତୁଲାଇଥିବା ବେଳେ ସଞ୍ଜୟ କୁମାର ମଥାନ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande