କେନ୍ଦୁଝର, ୨୩ ଜୁନ୍ (ହି.ସ.)- ସାରା ରାଜ୍ୟରେ ଦିନକୁ ଦିନ ନାରୀ ନିର୍ଯ୍ୟାତନା, ଗଣଧର୍ଷଣ ଏବଂ ହତ୍ୟା ବଢ଼ି ଚାଲିଛି, ତଥାପି ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି । ଯାହାକି ଅପରାଧ ବଢ଼ି ଛାଲିଛି । ଆଜି ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଏକ କେନ୍ଦ୍ରୀୟ ଅନୁସନ୍ଧାନ କମିଟି ବରିଷ୍ଠ କଂଗ୍ରେସ ନେତ୍ରୀ ଦୀପା ଦାସମୁନିସିଙ୍କ ନେତୃତ୍ୱରେ ସାଂସଦ ରଂଜିତ ରଞ୍ଜନ, ସାଂସଦ ସୁଶ୍ରୀ ପରିଣତା ସିନ୍ଧେ, ସାଂସଦ ଏସ ଜୋଠିମଣି ଓ ଶୋଭା ଓଝା ପ୍ରମୁଖ ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡ଼ିତା ଆଦିବାସୀ ନାବାଳିକା ପରିବାରକୁ ଭେଟି ଥିଲେ । କେନ୍ଦୁଝର ଜ଼ିଲ୍ଲା ଅନ୍ତର୍ଗତ ହରିଚନ୍ଦନପୁର ବ୍ଲକ ପଣ୍ଡାପଡା ଥାନାର ତେନ୍ତଳାପଶି ଗ୍ରାମର ଜୈନକ ଆଦିବାସୀ ନାବାଳିକା ଛାତ୍ରୀକୁ ପ୍ରଥମେ ଗଣଦୁଷ୍କର୍ମ ଓ ପରେ ହତ୍ୟା କରି ନିଜ ବାଡ଼ିର ଏକ ସଜନା ଗଛରେ ଟାଙ୍ଗୀ ଦିଆଯାଇଥିଲା l ଏହି ଘଟଣା ପ୍ରଘଟ ହେବାପରେ ପ୍ରଥମେ ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦେଶ ପରେ ଜ଼ିଲ୍ଲା କଂଗ୍ରେସର ଏକ ଟିମ ଏହି ଅଂଚଳକୁ ଆସି ମୃତ ନାବାଳିକାର ପରିବାରବର୍ଗକୁ ଭେଟି ଥିଲେ l ଏପରି ଏକ ସମ୍ବେଦନଶିଳ ପ୍ରସଙ୍ଗକୁ କଂଗ୍ରେସ ଦଳ ଏହା ଏକ ଜାତୀୟ ପ୍ରସଙ୍ଗ କରି ଅଖିଳ ଭାରତ କଂଗ୍ରେସ କମିଟି ତରଫରୁ ଏକ ଉଚ୍ଚ ଅନୁସନ୍ଧାନକାରି ଦଳ ଆଜି ତେନ୍ତଳାପଶି ଗ୍ରାମକୁ ଯାଇ ଅନୁସନ୍ଧାନ କରିଥିଲେ l ତାପରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ନେତୃତ୍ୱରେ ଏକ କଂଗ୍ରେସ ଟିମ ଏହି ଗ୍ରାମକୁ ଆସି ତୁରନ୍ତ ଦୋଷୀଙ୍କୁ ଦଣ୍ଡ ଦେବା ସହିତ ଅତି କମରେ ୨୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସାହାଯ୍ୟ ସରକାରଙ୍କ ପକ୍ଷରୁ ଦିଅlଯାଉ l ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଉ l ଆଦିବାସୀ ଓ ନାରୀ ପ୍ରତି ଅତ୍ୟାଚାର ଯାହାକି ଆଗାମୀ ଦିନରେ ପାର୍ଲିଆମେଣ୍ଟରେ ଏହାକୁ ଏକ ମୁଖ୍ୟ ପ୍ରସଙ୍ଗ କରିବ କଂଗ୍ରେସ ଦଳ l
କେନ୍ଦ୍ର ପ୍ରତିନିଧି ଦଳ ସହ ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡା, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ମନୋଜ ଜେନା, ରାଜ୍ୟ ଆଦିବାସୀ କଂଗ୍ରେସ ସଭାପତି ଯଶବନ୍ତ ସିଂ ଲାଗୁରି,ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପିସିସି ସଂଯୋଜକ ସୁଧାଂଶୁ ଶେଖର ଦେଓ, ପୂର୍ବତନ ସାଂସଦ ଶଙ୍କୁନ୍ତଳା ଲାଗୁରି, ରାଜ୍ୟ ସାଧାରଣ ସଂପାଦକ ସୁବର୍ଣ୍ଣ ନାଏକ, ମହିଳା କଂଗ୍ରେସ ପୂର୍ବତନ ଉପ ସଭାନେତ୍ରୀ ସଂଗୀତା ସିଂହ, ଘସିପୁରା କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁବ୍ରତ କୁମାର ଚକ୍ର, ତେଲକୋଇ କଂଗ୍ରେସ ପ୍ରାର୍ଥୀ ନିର୍ମଳ ଚନ୍ଦ୍ର ନାଏକ, ସଦର କଂଗ୍ରେସ ପ୍ରାର୍ଥୀନୀ ପ୍ରତିଭା ମଞ୍ଜରୀ ନାଏକ, ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଭୁବନେଶ୍ୱର ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ଗୁଲଫାମ, ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ବରିଷ୍ଠ କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ମହାନ୍ତି, ବୃନ୍ଦାବନ ନାଏକ, ଦେବେନ୍ଦ୍ର ନାଏକ, ମୋହନ ହେମ୍ବ୍ରମ, ଦିଲ୍ଲୀପ ସାହୁ, ହାଡିବନ୍ଧୁ ଖୁଣ୍ଟିଆ, ଲଳିତ ମୋହନ ନାୟକ,ଚିତ୍ତରଞ୍ଜନ ପାତ୍ର, ଆଶିଷ ପୃଷ୍ଟି ରତ୍ନାକର ଜେନା, ତାରିଣୀ ପଟ୍ଟନାୟକ, ଲଷ୍ମଣ ମହାନ୍ତ, ସୁଢଳ ସେଠି, ଉତ୍ତମ ସାହୁ, ରାମଚନ୍ଦ୍ର ମହାରଣା, ସୁରଥ ସାହୁ, ପ୍ରମୋଦ ବେହେରା, ସୁଦର୍ଶନ ପାଇକରାୟ, ସୁବ୍ରତ ନାଏକ, ଲୁଲୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
କେନ୍ଦ୍ର ପ୍ରତିନିଧି ଦଳ ଘଟଣାସ୍ଥଳ ପରିଦର୍ଶନ କରି ଭୁବନେଶ୍ଵର ଅଭିମୁଖେ ଯାଇଥିଲେ। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA