ରାଉରକେଲା ଜିଲ୍ଲା କଂଗ୍ରେସରେ ଫାଟ, ଏକ ହେଲେ ୨ ବିଧାୟକ ପ୍ରାର୍ଥୀ, କର୍ମୀ : ରାଉରକେଲାରେ ସରକାରଙ୍କ ବିଫଳତାକୁ ନେଇ ବର୍ଷିଲେ
ରାଉରକେଲା, ୨୩ ଜୁନ (ହି.ସ.)- ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ ରାଉରକଜେଲା କଂଗ୍ରେସ ଦଳର ଅନେକ ପୁରୁଖା ନେତା ଓ ଯୁବ ନେତାଙ୍କୁ ପଚାରୁନଥିବା ବେଳେ ଯୁବନେତା ମାନଙ୍କୁ ମଧ୍ୟ ଅଣଦେଖା କରିଚାଲିଛନ୍ତି ଫଳରେ ବିଗତ ଏକ ବର୍ଷ ଭିତରେ ରାଜ୍ୟ ବିଜେପି ସରକାରର ବିଫଳତାକୁ ନ
ରାଉରକେଲା ଜିଲ୍ଲା କଂଗ୍ରେସରେ ଫାଟ, ଏକ ହେଲେ ୨ ବିଧାୟକ ପ୍ରାର୍ଥୀ, କର୍ମୀ : ରାଉରକେଲାରେ ସରକାରଙ୍କ ବିଫଳତାକୁ ନେଇ ବର୍ଷିଲେ


ରାଉରକେଲା, ୨୩ ଜୁନ (ହି.ସ.)- ରାଉରକେଲା ଜିଲ୍ଲା

କଂଗ୍ରେସ ସଭାପତି ରବି ରାୟ ରାଉରକଜେଲା କଂଗ୍ରେସ ଦଳର ଅନେକ ପୁରୁଖା ନେତା ଓ ଯୁବ ନେତାଙ୍କୁ

ପଚାରୁନଥିବା ବେଳେ ଯୁବନେତା ମାନଙ୍କୁ ମଧ୍ୟ ଅଣଦେଖା କରିଚାଲିଛନ୍ତି

ଫଳରେ ବିଗତ ଏକ ବର୍ଷ ଭିତରେ

ରାଜ୍ୟ ବିଜେପି ସରକାରର ବିଫଳତାକୁ ନେଇ କେହି ମୁହଁ ଖୋଲିପାରୁନଥିଲେ ସେପଟେ ଏନେଇ ଜିଲ୍ଲା

କଂଗ୍ରେସ ମଧ୍ୟ ସନ୍ଦେହଜନକ ଭାବେ ନିିରବ ରହିଛି l ଏଭଳି ସ୍ଥିତିରେ ଆଜି କଂଗ୍ରେସ

ନେତା ମାନେ ସମସ୍ତେ ଏକ ହୋଇ ସେକ୍ଟର

୮ରେ ସରକାରର ବିଫଳତାକୁ ପଦାରେ ପକାଇବା ସହ ଜିଲ୍ଲା କଂଗ୍ରେସ

ସଭାପତିଙ୍କ କାରନାମାକୁ ପଦାରେ ପକାଇ

ରାଉରକେଲାରେ ବୁଡିଯାଉଥିବା କଂଗ୍ରେସକୁ

ବଂଚାଇବାକୁ ସାହସ ଯୁଟାଇଛନ୍ତି, ଏହାଦ୍ୱାରା ଆଗାମୀ ଦିନରେ କଂଗ୍ରେସ ଏକ ହେବ ନା

ଦୁଇ ଫାଳ ହେବ ସେନେଇ ପଲିଟିକାଲ ମହଲରେ ଆଲୋଚନା ଆରମ୍ଭ ହୋଇଛି । ଆଜି କାର୍ଯ୍ୟକାରୀ

ସଭାପତି ଉମେଶ ସରଣଙ୍କ ସଭାପତିତ୍ୱରେ ସେକ୍ଟର ୮ ଠାରେ ଆୟୋଜିତ

ଏକ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ବିଧାୟକ ପ୍ରାର୍ଥି ବି ଏନ ପଟନାୟକ, ରଘୁନାଥପାଲ୍ଲୀ ବିଧାୟକ ପ୍ରାର୍ଥୀ ଗୋପାଳ ଦାସ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ରଶ୍ମି ରଂଜନ ପାଢୀ, ବରିଷ୍ଠ କଂଗ୍ରେସ ନେତା ବାଦଲ ଶ୍ରୀଚନ୍ଦନଙ୍କ ସମେତ ବହୁ ପୁରୁଖା ଯୁବ ଓ ବୟସ୍କ ନେତା

ମାନେ ଏକ ହୋଇ ସାମ୍ବାଦିକ

ମାନଙ୍କୁ ଏ ସରକାରର ବିଫଳତା ଓ ପୂର୍ବରୁ ବିଜେପି

ଦଳ କହିଥିବା କଥା କିଭ଼ଳି ଏ ସରକାରରେ ପୁରଣ ନକରି ଲୋକଙ୍କୁ ପ୍ରତାରିତ କରିଛି କୁହାଜିବା ସହ ବରିଷ୍ଠ କଂଗ୍ରେସ

ନେତା ବାଦଲ ବାବୁ କହିଥିଲେ ବର୍ତମାନର ରାଉରକେଲା କଂଗ୍ରେସ ଜିଲ୍ଲା ସଭାପତି ସେମାନଙ୍କୁ ମିଟିଂକୁ ଡାକୁ ନାହାନ୍ତି, ଫଳରେ ଏ ସରକାରର ବିଫଳତାକୁ ବାହାରକୁ ଅଣାଯାଇ ପାରୁନାହିଁ ତେଣୁ ସେମାନେ ଆଜି ଏକହୋଇ ଏହି

ସାମ୍ବାଦିକ ସମ୍ମିଳନୀ କରିଛନ୍ତି, ଏହି କଥାକୁ ଉପସ୍ଥିତ ନେତା

ମାନେ ସମର୍ଥନ କରିଥିଲେ । ଏହାଦ୍ୱାରା ଜିଲ୍ଲା କଂଗ୍ରେସରେ ଥିବା ନିରବ ଲଢେଇ ଏକ ପ୍ରକାର ପଦାକୁ

ଆସିବା ସହ ରାଉରକେଲା କଂଗ୍ରେସ

ଏବେ ନୂଆ ସଭାପତି ଖୋଜୁଥିବାର ସଙ୍କେତ ମିଳିଛି । ଏହି ଅବସରରେ ରାଉରକେଲା ବିଧାୟକ ପ୍ରାର୍ଥୀ ବିଏନ ପଟନାୟକ କହିଥିଲେ ଯେ, ୬ ମାସ ଭିତରେ ଆରଏମସି ନିର୍ବାଚନ କରାଇବେ ବୋଲି ରାଉରକେଲାରେ ବିଜେପି ନେତା ମାନେ କହିଥିଲେ କିନ୍ତୁ ତାହା ହେଲା ନାହିଁ, ସ୍ମାର୍ଟ ସିଟି କାମରେ ବ୍ୟାପକ ଦୁର୍ନିତି ହୋଇଥିବା ବେଳେ ରାଉରକେଲା ୱାନ କାମ ମଧ୍ୟ ସେହିଭଳି ପଡି ରହିଛି l ପୁଲିସ କମିଶନରେଟ ଆଜିଯାଏ ଘୋଷଣା ପରେବି ହେଲାନାହିଁ, ସିସି କ୍ୟାମେରା ସହରରେ ଲାଗିଲା ନାହିଁ, କଲେଜ ନିର୍ବାଚନ ସେମିତି ରହିଗଲା, ବନ୍ଧମୁଣ୍ଡା ଅଂଚଳର ଜମୀଜମା ସମସ୍ୟା ସମାଧାନ କରାଗଲାନାହିଁ।ସେହିଭଳି ରଘୁନାଥପାଲ୍ଲୀ ବିଧାୟକ ପ୍ରାର୍ଥୀ ଗୋପାଳ ଦାସ କହି ଲେ ଯେ, ଏ ସରକାର ନିଜ କ୍ଷମତାର ଅପବ୍ୟବହାର କରି ସିବିଆଇ, ଆଇଟି ରେଡ କରାଇ ଲୋକଙ୍କୁ ନାଲିଆଖି ଦେଖାଉଛି, ସମ୍ବିଧାନ ଆଜି ବିପଦରେ, ଆରଏସପି ଏରିଆରେ ଥିବା ବସ୍ତିଗୁଡିରେ ଅନେକ ସାମୁହିକ ସମସ୍ୟା ରହିଛି ଯାହାର ସମାଧାନ ହୋଇପା ରୁନାହିଁ, ପିଲାମାନେ ଚାକିରୀ ନପାଇ ଦାଦନ ହୋଇ ବାହାରକୁଚାଲିଯାଉଛନ୍ତି, ବାହାର ପିଲାଙ୍କୁ ଆରଏସପିରେ କାମ ମିଳୁଛି ଓକମ ରେଟରେ ଖଟାଇ ଚାଲିଛି କିନ୍ତୁ, ଓଡିଶା ପିଲାଙ୍କୁ ପଚରାଯାଉନି, ସାଧାରଣ ଜନତାଙ୍କୁ ସେମାନଙ୍କର ମୌଳିକ ଅଧିକାରରୁବଂଚିତ କରୁଛି ଏ ସରକାର ଓ ଆଇନଶୃଖଂଳା ସ୍ଥିତି ଜିଲ୍ଲା ସମେତ ରାଉରକେଲା ରେ ଭୁଷୁଡି ପଡିଲାଣି ବୋଲି ଶ୍ରୀ ଦାସ ଅଭିଯୋଗ କରିଥିଲେ।ରାଉରକେଲାରେ ଝୁଲାପୋଲ, ବିମାନବନ୍ଦରର ସଂପୁର୍ଣକରଣ,ସରକାରୀ ଡାକ୍ତରଖାନା ସମସ୍ୟା, ଜିଲ୍ଲାରେ ଖଣିଲୁଟ ପରିମାଣଚରମସୀମାମାରେ ପହଂଚିବା ଓ ଏହା ଉପରେ ସରକାର ନିରବ ରହିବା, ରାଉରକେଲାକୁ ରେଳ ଡିଭିଜନ କରିବା, ଜିଲ୍ଲାରେ ଟ୍ରାଇବାଲ ୟୁନିଭର୍ସିଟି କରାଜିବା ଭଳି ଦାବି ଓ ସମସ୍ୟାର ସମାଧାନ ଆଜିଯାଏ ହୋଇନପାରିବା ଦୁର୍ଭାଗ୍ୟପୁର୍ଣ ବୋଲି ଏହି ନେତାମାନେ କହିଥିଲେ।ପୂର୍ବତନ ସଭାପତି ରଶ୍ମିରଂଜନ ପାଢୀ କହିଲେ ଯେ, ରାଜ୍ୟ ମୁଖ୍ୟମନ୍ତ୍ରୀ, ଦେଶରେ ରାଷ୍ଟ୍ରପତି ଓ ଏ ଜିଲ୍ଲାରେ ଜଣେ ମନ୍ତ୍ରୀ ଗୋଟିଏ ବର୍ଗର, ମହିଳାଙ୍କ ସମ୍ମାନ ଓ ସୁରକ୍ଷାକୁ ନେଇ ଏସରକାର ଅନେକ କଥା କହୁଛନ୍ତି କିନ୍ତୁ ଦୁର୍ଭାଗ୍ୟର ବିଷୟଯେ,ସେହି ବର୍ଗର ଦୁଇଜଣ ମହିଳା ଅଧିକାରୀଙ୍କର ରାଉରକେଲରେସନ୍ଦେହଜନକ ମୃତ୍ୟୁକୁ ଆଜି ଅନେକ ଦିନ ବିତିଯାଇଥିଲେବିସେମାନଙ୍କ ପରିବାରକୁ ଵିଗତ ସରକାରରେ ନ୍ୟାୟ ମିଳିନଥିଲା ଏ ସରକାର ମଧ୍ୟ ସଂପୁର୍ଣ ନିରବ,ପୁଣି ସେ ସମୟର ଏସପି କେନ୍ଦୁଝରରେ ଥିବାବେଳେ ତାଙ୍କର କିଛି କାମକୁ ନେଇ ଅନେକକଥା ଆଲୋଚନା ଯୋର ଧରିଲା l ରାଉରକେଲାରେ ଏହି ଦୁଇ ମହିଳାଙ୍କ ମୃତ୍ୟୁ ମାମଲାରେ ହୋଇଥିବା ତଦନ୍ତରେ ମଧ୍ୟ ତାଙ୍କର ଭୂମିକାକୁ ନେଇ ଅନେକ କଥା ଉଠିଲା, କିନ୍ତୁ ସରକାର ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ କଣ ତାଙ୍କୁ ଡେପୁଟେସନରେ ବାହାରକୁ ପଠାଇଦେଲେ ଓ ଆଜିଯାଏ ସେ ପରିବାରଙ୍କୁ ନ୍ୟାୟ ମିଳିଲା ନାହିଁ।ସେମାନେ ଥିଲେ ମହିଳା ସହକାରୀ ଜିଲ୍ଲାପାଳ ରାଉରକେଲା ଓ ଉଦିତନଗର ଥାନାର ମହିଳା ଏଏସଆଇ।ଠିକ ସେହିଭଳି ରାଉରକେଲାରେ ହୋଇଥିବା ସୁପରସ୍ପେସାଲିଟି ଡାକ୍ତରଖାନାକୁ କିଭଳି ଆପୋଲୋ ଡାକ୍ତରଖାନାକୁ ଦେଇଦେଇ କି ନ୍ୟାୟ ରାଉରକେଲାବାସୀଙ୍କ ସହ ସରକାର କଲେ ସେନେଇ ଏହି ନେତାମାନେ ପ୍ରଶ୍ନ କରିବା ସହ ୩ ହଜାର କୋଟି ଟଙ୍କାର ଆରଏସପି ଆଧୁନୀକିକରଣ କାମ କେତେ ବାଟ ଗଲା ଖୋଦ ସରକାର ପାଖରେ ଖବର ଅଛିକି ବୋଲି ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ନେତାମାନେ ପ୍ରକାଶ କରିଛନ୍ତି।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସିଧେଶ୍ୱେର ମଲ୍ଲିକ, ଅଜୟ କୁମାର ଖାଲକୋ, ଶ୍ରୀ କୁମାର ନାୟର, ରାଜେଶ ଟପ୍ପୋ, କିର୍ତନ ଦାସ, ବିକାଶ ଜେନା, ଅମିତ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande