ରାଜ୍ୟରେ ଡ଼ାଇରିଆ ସ୍ଥିତିକୁ ଗୁରୁତର ସହିତ ନେଇଛନ୍ତି ସରକାର, ନିୟନ୍ତ୍ରଣ ପାଇଁ କରାଯାଉଛି ସଚେତନତା
ଭୁବନେଶ୍ୱର, 23 ଜୁନ୍ (ହି.ସ.) - ରାଜ୍ୟରେ ଡ଼ାଇରିଆ ସ୍ଥିତିକୁ ଗୁରୁତର ସହିତ ନେଉଛନ୍ତି ସରକାର । ମୁଖ୍ୟମନ୍ତ୍ରୀ 4 ବିଭାଗକୁ ନେଇ ସମୀକ୍ଷା କରିଛନ୍ତି । ଡ଼ାଇରିଆର ନୂଆ କେସ ଆସିବା କମିଛି । ନିୟନ୍ତ୍ରଣ କରିବା ପାଇଁ ସଚେତନତା କରାଯାଉଛି । ସ୍ଥିତି ନିୟନ୍ତ୍ରଣରେ ଅଛି
ରାଜ୍ୟରେ ଡ଼ାଇରିଆ ସ୍ଥିତିକୁ     ଗୁରୁତର ସହିତ ନେଇଛନ୍ତି ସରକାର, ନିୟନ୍ତ୍ରଣ ପାଇଁ କରାଯାଉଛି ସଚେତନତା


ଭୁବନେଶ୍ୱର, 23 ଜୁନ୍ (ହି.ସ.)

- ରାଜ୍ୟରେ

ଡ଼ାଇରିଆ ସ୍ଥିତିକୁ ଗୁରୁତର ସହିତ ନେଉଛନ୍ତି ସରକାର । ମୁଖ୍ୟମନ୍ତ୍ରୀ 4 ବିଭାଗକୁ ନେଇ

ସମୀକ୍ଷା କରିଛନ୍ତି । ଡ଼ାଇରିଆର ନୂଆ କେସ ଆସିବା କମିଛି । ନିୟନ୍ତ୍ରଣ କରିବା ପାଇଁ ସଚେତନତା

କରାଯାଉଛି । ସ୍ଥିତି ନିୟନ୍ତ୍ରଣରେ ଅଛି । ଲୋକଙ୍କୁ ନିବେଦନ ସତର୍କ ରୁହନ୍ତୁ ସଚେତନ ରୁହନ୍ତୁ

ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ।

ସେ କହିଛନ୍ତି ଯେ, ରଥଯାତ୍ରା

ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱତନ୍ତ୍ର ସମୀକ୍ଷା କରାଯାଇଥିଲା । ଡ଼ାଇରିଆ ଯେମିତି ପୁରୀରେ

ନବ୍ୟାପିବ ସେଥିପାଇଁ 387 ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫ ନିଯୁକ୍ତ କରାଯାଇଛି । ଏହାସହ

ଫାଷ୍ଟ ଏଡ଼ ସେଣ୍ଟର ଏବଂ ଆମ୍ବୁଲାନ୍ସ ବ୍ୟବସ୍ତା କରାଯାଇଛି । ଲୋକଙ୍କୁ ଆରଓ ପାଣି ଯୋଗାଇ

ଦେବାକୁ ବ୍ୟବସ୍ଥା କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande