ସମ୍ବଲପୁର, ୨୩ ଜୁନ୍ (ହି.ସ.) - ବିଶିଷ୍ଟ ରାଷ୍ଟ୍ରବାଦୀ, ସ୍ୱାଧୀନ ଭାରତରେ ପ୍ରଥମ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ତଥା ଜନସଂଘର ପ୍ରତିଷ୍ଠାତା ଡ. ଶ୍ୟାମା ପ୍ରସାଦ ମୂଖାର୍ଜୀଙ୍କ ଆଜି ପୁଣ୍ୟତିଥି । ଦେଶ ମାତୃକା ସେବାରେ ନିଜକୁ ସମର୍ପିତ କରିଥିବା ଡ.ମୁଖାର୍ଜୀ କଂଗ୍ରେସ ସରକାର୍ ର କଶ୍ମୀର ନୀତି କୁ ବିରୋଧ କରୀ ନିଜର ବହୁମୂଲ୍ୟ ଜୀବନ କୁ ବଳିଦାନ ଦେଇଥିଲା । ଡ.ମୁଖାର୍ଜୀ ଙ୍କ ପୁଣ୍ୟ ତିଥି କୁ ସାରା ଦେଶରେ ବଳିଦାନ ଦିବସ ଭାବରେ ପାଳନ କରାଯାଏ ।
ଏହି ମର୍ମ ରେ ଆଜି ସମ୍ବଲପୁର ବିଜେପି ପକ୍ଷରୁ ବଳିଦାନ ଦିବସ ପାଳନ ହୋଇଯାଇଛି । କଚେରୀ ରୋଡ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଭାରତ ମାତା ଓ ଡ.ମୁଖାର୍ଜୀ ଙ୍କ ଫୋଟୋ ଚିତ୍ର ରେ ମାଲ୍ୟାର୍ପଣ ଓ ଦୀପ ଧୂପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତା ଓ ପଦାଧିକାରୀ ପୁଷ୍ପାର୍ଘ୍ୟ ଦେଇ ଡ. ମୁଖାର୍ଜୀ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ ଙ୍କ ଅଧ୍ୟକ୍ଷତା ରେ ହୋଇଥିବା କାର୍ଯ୍ୟକ୍ରମକୁ ବଳିଦାନ ଦିବସ ର ସଂଯୋଜକ ମାନସ ରଞ୍ଜନ ବକ୍ସି ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ରାମ ଚନ୍ଦ୍ର ମେହେର, ବିଜୟ କେଡିଆ, ନିରଞ୍ଜନ ଦାସ, ମାନସ ରଞ୍ଜନ ବକ୍ସି, ପରାଗ ଅଗ୍ରୱାଲା, ରଞ୍ଜିତ ମିଶ୍ର, କୈଳାଶ ଅଗ୍ରୱାଲ ପ୍ରମୁଖ ନିଜର ନିଜର ବକ୍ତବ୍ୟ ରେ ଡ.ମୂଖାର୍ଜୀ ଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ତାଙ୍କର ଦେଶ ପ୍ରେମ, କର୍ତବ୍ୟ ପରାୟଣତା, ବଳିଦାନ୍ ବିଷୟ ଉଲ୍ଲେଖ କରି ତାଙ୍କର ସ୍ମୃତି ଚାରଣ କରିଥିଲେ।
ଆଜିର କାର୍ଯ୍ୟକ୍ରମରେ ଶୁଭଶ୍ରୀ ମିଶ୍ର, ସୁଷମା ସାହୁ, ଗିରିଜା ସାହୁ, ରୀକି ବେହେରା, ଅନୁପ ମିଶ୍ର, ସଞ୍ଜୀବ ବର୍ମା, ଉମେଶ ବଳ, ଦୀପକ ଦାସ, ମୋହନ୍ ପଣ୍ଡା, ସନ୍ତୋଷ ଡାଲୁଆ, ସୋମିତ୍ର ଜତି, ଅଜିତ ବେହେରା, କାହ୍ନୁରାମ ଶର୍ମା, ରାମଦାସ ପଣ୍ଡା, ସୁଧୀର ରଞ୍ଜନ ବହିଦାର, ଅବିନାଶ ନନ୍ଦ, ବିଶ୍ୱ ରଞ୍ଜନ ଜେନା, ଉପେନ୍ଦ୍ର ଝା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବରିଷ୍ଠ ବିଜେପି ନେତ୍ରୀ ରୁନୁ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ