ଜୟପୁର, ୨୩ ଜୁନ୍ (ହି.ସ.) - ଜୟପୁର ବ୍ଲକ ଅନ୍ତର୍ଗତ ଉମୁରି ଠାରେ ପଂଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣି ଶିବିର ଆଜି ଦିନ ୧୧ଟାରେ ଆରମ୍ଭ ହୋଇ ଅପରାହ୍ନ ୧ ଘଂଟା ସମୟରେ ଶେଷ ହୋଇଥିଲା। ଏହି ଅଭିଯୋଗ ଶୁଣାଣିରେ ଏବିଡିଓ ମନୋଜ ନାୟକ, ସହକାରି ନିବାହୀ ଯନ୍ତ୍ରୀ ବିଜୟ ନନ୍ଦ, ପିଇଓ ଶିବ ପ୍ରସାଦ ପଣ୍ଡା , ଏପିଓ ସନ୍ତୋଷି ମହାପାତ୍ର, ଅନ୍ୟ ଲାଇନ ର ବ୍ଲକ ସ୍ତରିୟ ଅଧିକାରି ମାନେ ଉପସ୍ଥିତ ଥିଲେ। ଏଥିରେ ପଂଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ । ଗ୍ରାମବସୀମାନେ ରାସ୍ତା, ଡ୍ରେନ, ଅଙ୍ଗନବାଡୀ କେନ୍ଦ୍ର ନିର୍ମାଣ ନେଇ ସରକାରୀ ଜାଗା, ନଳକୁପ ମରାମତି ଆଦି ଅଭିଯୋଗ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି