ଜୟପୁର, ୨୩ ଜୁନ୍ (ହି.ସ.) - ଓଡିଶା ସରକାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ସହରୀ)-୨.୦ କାର୍ଯ୍ୟାଦେଶ ଓ ମଧୁବାବୁ ପେନସନ ଯୋଜନାରେ ଭତା ବଂଟନ କାର୍ଯ୍ୟକ୍ରମ ଆଜି ଦିନ ୧୧ ଟାରେ ଆରମ୍ଭ ହୋଇ ଅପରାହ୍ନ ୨ଟାରେ ଶେଷ ହୋଇଛି । ଜୟପୁର ବାବା ସାହେବ କଲ୍ୟାଣ ମଣ୍ଡପରେ ଆୟୋଜିତ କାଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଠାରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗ ଦେଇ ବଂଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଉପ ଜିଲାପାଳ ତଥା ପୌର କାର୍ଯ୍ୟନିବାହୀ ଅଧିକାରି ଆକା ବରମ ଶଶ୍ୟା ରେଡ୍ଡି, ଅତିରିକ୍ତ ପୌର କାର୍ଯ୍ୟନିବାହି ଅଧିକାରି ପୁଜା ରାଉତ କାଉନସିଲର ମାନେ ଉପସ୍ଥିତ ଥିଲେ। ହିତାଧିକାରିଙ୍କୁ ୩୨ଟି କାର୍ଯ୍ୟାଦେଶ ଏବଂ ୨୩ ଟି ଜଣ ହାତିଧିକାରିଙ୍କୁ ଭତା ପ୍ରଦାନ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି