ନାବାଳିକା ଅସଦାଚରଣ ମାମଲା : ଅଭିଯୁକ୍ତକୁ ୫ ବର୍ଷ ଜେଲ ଓ ଜରିମାନା
Judgment News from Phulbani
ନାବାଳିକା ଅସଦାଚରଣ ମାମଲା : ଅଭିଯୁକ୍ତକୁ ୫ ବର୍ଷ ଜେଲ ଓ ଜରିମାନା


କନ୍ଧମାଳ, ୨୩ ଜୁନ୍ (ହି.ସ.)- ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାଶ ଆଜି ଏକ ନାବାଳିକା ଅସଦାଚରଣ ମାମଲାର ବିଚାରଣା କରି ମାମଲାର ପୀଡିତା ଓ ସାକ୍ଷୀଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ରୋହିତ ଦିଗାଲକୁ

ଦୋଷୀ ସାବ୍ୟସ୍ତ କରି ତାକୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୬ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ, ତାକୁ ଆଉ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ପ୍ରକାଶ କରିଛନ୍ତି ବିଚାରପତି । ପୀଡିତାଙ୍କୁ କ୍ଷତିପୂରଣ ବାବଦରେ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ଆଇନ ସେବା ପ୍ରାଧୀକରଣକୁ ମଧ୍ୟ ନିର୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ଗତ ୨୯-୦୨-୨୦୨୪ ରେ ପୀଡିତାଙ୍କ ପରିବାର ପକ୍ଷରୁ ଖଜୁରୀପଡା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ଖଜୁରୀପଡା ଥାନା ଅଧିକାରୀ ଅଭିଯୋଗ ଅନୁଯାୟୀ ଏକ ମାମଲା ୨୪/୨୦୨୪ ରେ ରୁଜୁ କରି ରୋହିତ ଡିଗାଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ଆଜି ସେହି ମାମଲାର ବିଚାରଣା କରି ଉପରୋକ୍ତ ରାୟ ଶୁଣାଇଛନ୍ତି ବିଚାରପତି । ଏହି ମାମଲାକୁ ସରକାରଙ୍କ ତରଫରୁ ସ୍ବତନ୍ତ୍ର ପୋକ୍ସୋ ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande