କୁଚିଣ୍ଡା ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣି
ସମ୍ବଲପୁର, ୨୩ ଜୁନ୍ (ହି.ସ.) - ଆଜି କୁଚିଣ୍ଡା ବ୍ଲକ କାର୍ଯ୍ୟାଳୟରେ ସମ୍ବଲପୁର ଜିଲ୍ଲାପାଳ ଏବଂ ସମ୍ବଲପୁର ଏସ.ପି ଙ୍କ ର ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି ଜ୍ଝ ଉକ୍ତ ଅଭିଯୋଗ ଶୁଣାଣି ଠାରେ ମୋଟ ୪୯ ଟି ଆବେଦନ ଗ୍ରହଣ କରାଯାଇ ଥିଲା ଯେଉଁଥିରୁ ୩୭ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା
କୁଚିଣ୍ଡା  ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣି


କୁଚିଣ୍ଡା  ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣି


କୁଚିଣ୍ଡା  ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣି


ସମ୍ବଲପୁର, ୨୩ ଜୁନ୍ (ହି.ସ.) - ଆଜି କୁଚିଣ୍ଡା ବ୍ଲକ କାର୍ଯ୍ୟାଳୟରେ ସମ୍ବଲପୁର ଜିଲ୍ଲାପାଳ ଏବଂ ସମ୍ବଲପୁର ଏସ.ପି ଙ୍କ ର ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି ଜ୍ଝ ଉକ୍ତ ଅଭିଯୋଗ ଶୁଣାଣି ଠାରେ ମୋଟ ୪୯ ଟି ଆବେଦନ ଗ୍ରହଣ କରାଯାଇ ଥିଲା ଯେଉଁଥିରୁ ୩୭ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୧୧ଟି ଗ୍ରାମୀୟ ସମସ୍ୟା,୧ଟି ସମସ୍ୟା ରେଡକ୍ରସ ର ସହାୟତା ରାଶି ନିମନ୍ତେ ଜଡିତ ଥିଲା।୨ଟି ଅଭିଯୋଗ, ଅନୁଷ୍ଠିତ ଅଭିଯୋଗ ଶୁଣାଣି ଠାରେ ସମାଧାନ କରାଗଲା । ଆଜି ଜିଲ୍ଲାପାଳ ସମ୍ବଲପୁର ଅଭିଯୋଗ ଶୁଣାଣି ଠାରେ ରେଡକ୍ରସ ଅଧୀନରେ ୧ ଜଣ ହିତାଧିକାରୀଙ୍କୁ ୩୦,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ଆଜି ଜିଲ୍ଲାପାଳ ସମ୍ବଲପୁର ଅଭିଯୋଗ ଶୁଣାଣି ପରେ କଳା ପରିଷଦ ପରିଦର୍ଶନ କରି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଚାଲୁଥିବା ପାଠାଗାର ର ମରାମତି/ନବୀକରଣ ଶୀଘ୍ର ଶେଷ କରିବା ସହିତ ଲୋକ ସମ୍ପର୍କ ଅଧିକାରୀ କୁ ହସ୍ତାନ୍ତର କରିବାକୁ ନିର୍ଦେଶ ଦେଇଥିଲେ । କଲାପରିଷଧ ରେ ଥିବା ପ୍ରେକ୍ଷାଳୟ ର ନବୀକରଣ କାମ ଅଗ୍ରଗତି କରିବା ପାଇଁ ମଧ୍ୟ ନିର୍ଦେଶ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande