ମଣ୍ଡିରୁ ଚାଷୀର ଅମଳଧାନ ତୁରନ୍ତ ଉଠାଇବା ନେଇ ଦାବିପତ୍ର ପ୍ରଦାନ
ଜୟପୁର, ୨୩ ଜୁନ (ହି.ସ.)- କୋରାପୁଟ ଜିଲ୍ଲାରେ ଚାଷୀ ମାନଙ୍କ ଧାନ ବିକ୍ରି ଚାଲିଥିବା ବେଳେ ମଣ୍ଡିରୁ ଧାନ କଷ୍ଟମ ମିଲିଂ ନିମନ୍ତେ ନିୟୋଜିତ ମିଲକୁ ସ୍ବାଭାବିକ ଭାବେ ଯାଉନାହିଁ । ଏହିପରି ଗତ ଦୁଇ ଦିନ ହେଲାଣି ଲଗାଣ ବର୍ଷା ଯୋଗୁଁ ଚାଷୀ ମାନେ ସେମାନଙ୍କ ଧାନ ନଷ୍ଟ ହେବାର ଆଶଙ୍କା ନେଇ ମୁଣ୍ଡରେ ହାତ
ମଣ୍ଡିରେ ଚାଷୀ ଅମଳଧାନ ତୁରନ୍ତ ଉଠାଇବା ନେଇ  ଦାବିପତ୍ର


ଜୟପୁର, ୨୩ ଜୁନ (ହି.ସ.)-

କୋରାପୁଟ ଜିଲ୍ଲାରେ ଚାଷୀ ମାନଙ୍କ ଧାନ ବିକ୍ରି ଚାଲିଥିବା ବେଳେ ମଣ୍ଡିରୁ ଧାନ କଷ୍ଟମ ମିଲିଂ ନିମନ୍ତେ ନିୟୋଜିତ ମିଲକୁ ସ୍ବାଭାବିକ ଭାବେ ଯାଉନାହିଁ । ଏହିପରି ଗତ ଦୁଇ ଦିନ ହେଲାଣି ଲଗାଣ ବର୍ଷା ଯୋଗୁଁ ଚାଷୀ ମାନେ ସେମାନଙ୍କ ଧାନ ନଷ୍ଟ ହେବାର ଆଶଙ୍କା ନେଇ ମୁଣ୍ଡରେ ହାତ ଦେଇଛନ୍ତି । ଏହିପରି ଆଜି ଜୟପୁର ବ୍ଲକ କଙ୍ଗା ଗ୍ରାମପଞ୍ଚାୟତର ଚାଷୀ ମାନେ ସେମାନଙ୍କ ଧାନ ବିକ୍ରି ହୋଇ ମଣ୍ଡିରେ ଗତ ୮ ଦିନ ହେଲାଣି ପଡିରହିଛି । ଏହିପରି ଟ୍ରକ ଅଭାବ ଏବଂ କୋଷ୍ଟମ ମିଲିଂ ନିମନ୍ତେ ମିଲକୁ ପ୍ରଦାନ କରାଯାଉଥିବା ମିଲରର୍ସ ଏକ୍ସେପଟେନ୍ସ ସିଟି (ମାସ୍) ନଥିବା ଯୋଗୁଁ ମିଲର୍ସ ମାନଙ୍କ ନିକଟକୁ ଧାନ ପରିବହନ ହେଉନାହିଁ । ଫଳରେ ଚାଷୀ ମାନଙ୍କ ଧାନ ମଣ୍ଡିରେ ପଡିରହିଥିବା ବେଳେ ବର୍ଷା ଏବଂ ଥଣ୍ଡା ଯୋଗୁ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ଏହିପରି ଟୋକେନ ଅବଧି ଆଉ ମାତ୍ର ୭ରୁ ୮ ଦିନ ମଧ୍ୟରେ ଶେଷ ହୋଇଯିବ । ଏହିପରି ତୁରନ୍ତ ପ୍ରଶାସନ ପକ୍ଷରୁ ଚାଷୀଙ୍କ ଧାନ କ୍ରୟ ସହ ଧାନ ଉଠାଇବା ବ୍ୟବସ୍ଥା କରିବାକୁ ଦାବି କରାଯାଇଛି ।

ଏହି ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ ବେଳେ ମନ୍ମଥ କୁମାର ପଣ୍ଡା, ଦାମଦୋର ଅମନାତ୍ୟ, ମୋତିରାମ ଗୌଡ, ମନୋହର ଦିସାରୀ, ସୁନାଧର ହରିଜନ, ଡମ୍ବୁରୁଧର ଦିସାରୀ, ସୁଦାମ ପ୍ରଧାନୀ, ଜୟ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande