ଭୁବନେଶ୍ୱର, ୨୩ ଜୁନ୍ (ହି.ସ.)- ଚଳିତ ମୌସୁମୀ ଋତୁରେ, ଜୁନ୍ ୧ ତାରିଖ ଠାରୁ ୨୩ ତାରିଖ ସୁଦ୍ଧା ରାଜ୍ୟରେ ୧୩୫.୭ ମି.ମି. ବର୍ଷା ରେକର୍ଡ଼ ହୋଇଛି, ଯାହାକି ଏହି ସମୟରେ ସ୍ୱାଭାବିକ୍ ବର୍ଷା ୧୪୬.୧ ମି.ମି ରହିଥାଏ ।
ଏହି ଅବଧି ମଧ୍ୟରେ ୨ଟି ଜିଲ୍ଲାରେ ସବୁଠୁ ଅତ୍ୟଧିକ, ୨ ଜିଲ୍ଲାରେ ଅତ୍ୟଧିକ, ୧୩ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା, ୧୨ ଜିଲ୍ଲାରେ ନିଅଂଟିଆ ଏବଂ ଗୋଟିଏ ଜିଲ୍ଲାରେ ଅତି ନିଅଂଟିଆ ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ