ସରକାର ଓ ଗଜପତି ଚାହିଁଲେ ଅଦିନିଆ ରଥଯାତ୍ରା ବନ୍ଦ ହୋଇପାରିବ
ଭୁବନେଶ୍ୱର, ୨୩ ଜୁନ (ହି.ସ.) - ସରକାର ଓ ଗଜପତି ମହାରାଜ ଚାହିଁଲେ ହିଁ ଅଦିନିଆ ରଥ ଯାତ୍ରା ବନ୍ଦ ହୋଇପାରିବ। ଅଦିନିଆ ରଥଯାତ୍ରା କରୁଥିବା ଲୋକଙ୍କ ପାଖେ ରଥଯାତ୍ରା ନେଇ ଜ୍ଞାନ ନାହିଁ ବୋଲି କହିଛନ୍ତି ଇସ୍କନ ଭୁବନେଶ୍ୱରର ପ୍ରଚାର ଅଧିକାରୀ ରାଧାକାନ୍ତ ଦାସ। ସେ କହିଛନ୍ତି ପ୍ରତ୍ୟେକ ମନ୍ଦିର ସ୍ୱୟଂ
ସରକାର ଓ ଗଜପତି ଚାହିଁଲେ ଅଦିନିଆ ରଥଯାତ୍ରା ବନ୍ଦ ହୋଇପାରିବ


ଭୁବନେଶ୍ୱର, ୨୩ ଜୁନ (ହି.ସ.) - ସରକାର ଓ ଗଜପତି ମହାରାଜ ଚାହିଁଲେ ହିଁ ଅଦିନିଆ ରଥ ଯାତ୍ରା ବନ୍ଦ ହୋଇପାରିବ। ଅଦିନିଆ ରଥଯାତ୍ରା କରୁଥିବା ଲୋକଙ୍କ ପାଖେ ରଥଯାତ୍ରା ନେଇ ଜ୍ଞାନ ନାହିଁ ବୋଲି କହିଛନ୍ତି ଇସ୍କନ ଭୁବନେଶ୍ୱରର ପ୍ରଚାର ଅଧିକାରୀ ରାଧାକାନ୍ତ ଦାସ।

ସେ କହିଛନ୍ତି ପ୍ରତ୍ୟେକ ମନ୍ଦିର ସ୍ୱୟଂ ଚାଳିତ। କିଏ କେଉଁଠି କେତେବେଳେ ରଥଯାତ୍ରା କରିବ ତାହା ତାଙ୍କ ଉପରେ କଥା। ଅଦିନିଆ ରଥ ଯାତ୍ରାକୁ ବନ୍ଦ କରିବା ପାଇଁ ଚାହିଁଲେ ବି ଆମେ ହସ୍ତକ୍ଷେପ କରିପାରୁ ନାହୁଁ। ଅତୀତରେ କିମ୍ବା ବର୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଇସ୍କନ ସହ ଅଦିନିଆ ରଥ ଯାତ୍ରା ଆରମ୍ଭ ନେଇ କୌଣସି ଆଲୋଚନା ହୋଇ ନାହିଁ। ଦେଶ, ବିଦେଶରେ ହେଉଥିବା ଅଦିନିଆ ରଥ ଯାତ୍ରା ବନ୍ଦ ହୋଇପାରିବ ଯଦି ଗଜପତି ମହାରାଜ ଓ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତି। ସମାଧାନର ବାଟ ଅଛି। ଯେଉଁମାନେ ଅଦିନିଆ ରଥ ଯାତ୍ରା କରୁଛନ୍ତି ସେମାନଙ୍କର ଜଗନ୍ନାଥ ସଂସ୍କୃତି କିମ୍ବା ରଥ ଯାତ୍ରା ଉପରେ ଜ୍ଞାନ ନାହିଁ।

ଭୁବନେଶ୍ୱର ଇସ୍କନ ଦ୍ୱାରା କେବେ ଭୁଲ ହୋଇନାହିଁ। ଆମେ ନୀତି ନିୟମରେ ରଥଯାତ୍ରା କରୁଛୁ। ଅଦିନିଆ ରଥଯାତ୍ରା ବାହାରେ ହେଲେ ଓଡ଼ିଆ ଭାବେ ବ୍ୟକ୍ତିଗତ ମତେ କଷ୍ଟ ଲାଗେ। କିନ୍ତୁ ଆମେ ନାଚାର।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande