ଗୋପାଳପୁର ଗଣଦୁଷ୍କର୍ମ ମାମଲା
- ସିସିଟିଭିରେ କଏଦ ହୋଇଛି ଅଭିଯୁକ୍ତମାନଙ୍କ କାରନାମା -କ୍ରାଇମବ୍ରାଂଚ ଡିଜି ଭୁବନେଶ୍ୱର, ୨୩ ଜୁନ (ହି.ସ.) - ଗୋପାଳପୁର ଗଣଦୁଷ୍କର୍ମ ମାମଲା ଘଟଣା ପୂର୍ବରୁ ଅଭିଯୁକ୍ତଙ୍କର ସମସ୍ତ କାରନାମା ସିସିଟିଭିରେ କଏଦ ହୋଇଛି । ସମସ୍ତ ଡିଜିଟାଲ ଏଭିଡିଏନ୍ସ ସଂଗ୍ରହ କରାଯାଇଛି ବୋଲି ସୂଚନା ଦେଇଛନ୍ତି କ୍ରାଇମ
ଗୋପାଳପୁର ଗଣଦୁଷ୍କର୍ମ ମାମଲା


- ସିସିଟିଭିରେ କଏଦ ହୋଇଛି ଅଭିଯୁକ୍ତମାନଙ୍କ କାରନାମା -କ୍ରାଇମବ୍ରାଂଚ ଡିଜି

ଭୁବନେଶ୍ୱର, ୨୩ ଜୁନ (ହି.ସ.) - ଗୋପାଳପୁର ଗଣଦୁଷ୍କର୍ମ ମାମଲା ଘଟଣା ପୂର୍ବରୁ ଅଭିଯୁକ୍ତଙ୍କର ସମସ୍ତ କାରନାମା ସିସିଟିଭିରେ କଏଦ ହୋଇଛି । ସମସ୍ତ ଡିଜିଟାଲ ଏଭିଡିଏନ୍ସ ସଂଗ୍ରହ କରାଯାଇଛି ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଂଚ ଡିଜି ବିନୟ ତୋଷ ମିଶ୍ର।

ସେ କହିଛନ୍ତି ଯେ ୧୦ଜଣ ଅଭିଯୁକ୍ତଙ୍କ ମୋବାଇଲ ଫୋନ ଜବତ କରାଯାଇଛି । ଜବତ ମୋବାଇଲ କୁ ଫରେନସିକ ଲ୍ୟାବ କୁ ପଠାଯାଇଛି। ଆବଶ୍ୟକ ପଡିଲେ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ଖୋଳ ତାଡ଼ କରାଯିବ ।ରିମାଣ୍ଡରେ ଆଣି ଯଥେଷ୍ଟ ପ୍ରମାଣ ଯୋଗାଡ଼ କରିବୁ। ଯେତେ ଶୀଘ୍ର ତଦନ୍ତ ସାରି ଚାର୍ଜସିଟ ଦାଖଲ କରିବୁ ଏବଂ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ଥ ହେବେ ସେ ଦିଗରେ ନଜର ରଖା ଯାଇଛି। ଅଭିଯୁକ୍ତ ମାନଙ୍କର ଡିଏନଏ ପ୍ରଫାଇଲିଂ ସରିଛି। ରିପୋର୍ଟ ଶୀଘ୍ର ପାଇବାକୁ ଫରେନସିକକୁ କୁହାଯାଇଛି। ସିଏଡବ୍ଲୁ ସବୁ ଦିଗକୁ ନେଇ ପ୍ରମାଣ ସଂଗ୍ରହ କରୁଛି । ପୁରା ଘଟଣାରେ ଡିଜିଟାଲ ଏଭିଡିଏନ୍ସ ପ୍ରମୁଖ ରହିଛି , ସେଥିପାଇଁ ତାକୁ ଗୁରୁତ୍ୱ ଦିଆଯାଇଛି। ପୀଡିତାଙ୍କୁ ସବୁ ପ୍ରକାର ସହଯୋଗ, ସୁରକ୍ଷା ଯୋଗାଇ ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande