ଭୁବନେଶ୍ୱର, ୨୩ ଜୁନ (ହି.ସ.) - ଦିଲ୍ଲୀରେ ଅଦିନିଆ ରଥଯାତ୍ରାକୁ ନେଇ ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବିରୋଧୀ କଥା କହିବା ଛଡା କିଛି କରିନାହାନ୍ତି । ସମାଲୋଚନା କରିବା ସହ ବାକ ବିତଣ୍ଡା କରିଛନ୍ତି । ଗୁଜବ ସୃଷ୍ଟି କରୁଛି ବିଜେଡି । ବିଜେଡି କେବେ ବିରୋଧୀ ଆସନରେ ବସିନି ତ ତେଣୁ ଗୁଜବ କରୁଛନ୍ତି। ଯେଉଁଠି ବି ଅଦିନିଆ ରଥଯାତ୍ରା ହେଉଛି ସରକାର ତା ଉପରେ ନଜର ରଖିଛନ୍ତି। ଦିଲ୍ଲୀରେ ଯେଉଁ ଘଟଣା ଘଟିଛି ଆଗରୁ ହେଉ ନଥିଲା। କିନ୍ତୁ ଅଜ୍ଞାତ ବସତଃ ହେଉ କିମ୍ବା କେଉଥି ପାଇଁ କରିଛନ୍ତି ନଜର ରଖିଛୁ। ତାଙ୍କ ସହ ଆଲୋଚନା କରାଯିବ। ତାଗିଦ୍ ସହ ଯଦି କୌଣସି ଫୋରମରେ କଥା ହୋଇ ସମାଧାନ ହୋଇଯାଏ ସେଥିପାଇଁ ଆମେ ପଦକ୍ଷେପ ନେଉଛୁ। ଆମେ ସେଥିପାଇଁ ସମ୍ପୂର୍ଣ ସଜାଗ ରହିଛୁ। ବିଶ୍ୱ ସାରା ନିତିକାନ୍ତୀରେ କେମିତି ରଥଯାତ୍ରା ଶ୍ରୀମନ୍ଦିର ପ୍ରଶାସନ ନିୟମ ଅନୁଯାୟୀ ହେବ ତାକୁ ଧ୍ୟାନ ଦେଇଛୁ। ଯଦି ତା ସତ୍ୱେ ନ ଶୁଣନ୍ତି ଆଇନର ଆଶ୍ରୟ ନେବୁ। ନୂଆପଡାରେ ବି ଆଗରୁ ଅଦିନିଆ ରଥଯାତ୍ରା ହେଉଥିଲା ଆମେ କିନ୍ତୁ ଆଲୋଚନା କଲା ପରେ ତାର ସମାଧାନ ହୋଇଛି। ବିଶ୍ୱରେ ବି ଯେଉଁଠି ଯେଉଁଠି ଅଦିନିଆ ରଥଯାତ୍ରା ହେଉଥିଲା ସେଥିପାଇଁ ଆମେ ଆଲୋଚନା ଦ୍ୱାରା ସମାଧାନ ପାଇଁ ଚେଷ୍ଟା କରିଛୁ। କିଛି ସ୍ଥାନରେ ବି ସେମାନେ ରଥଯାତ୍ରା ଏକା ସାଙ୍ଗରେ କରିବାକୁ ରାଜି ଅଛନ୍ତି । ୨୪ବର୍ଷ ବିଜେଡି ସରକାର ଥିବା ସମୟରେ ମଧ୍ୟ ଅଦିନିଆ ରଥଯାତ୍ରା ହେଉଥିଲା ସେମାନେ କଣ କରୁଥିଲେ ବୋଲି ଆଇନ ମନ୍ତ୍ରୀ ପ୍ରଶ୍ନ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା