ଭୁବନେଶ୍ୱର, ୨୩ ଜୁନ୍ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଚନ୍ଦନପୁରରେ ସର୍ବାଧିକ ୧୧୬.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ୯୮.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁରରେ ୯୫.୦ ମି.ମି., ବେତନଟୀରେ ୯୩.୦ ମି.ମି., କେନ୍ଦୁଝର ଜିଲ୍ଲାର ଦୈତାରୀରେ ୮୪.୬ ମି.ମି., କଟକ ଜିଲ୍ଲାର ନରାଜରେ ୬୮.୪ ମି.ମି., ନୂଆପଡ଼ା ଜିଲ୍ଲାର ସିନାପାଲିରେ ୬୫.୦ ମି.ମି., କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡାରେ ୬୩.୦ ମି.ମି., କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁରରେ ୬୨.୦ ମି.ମି., ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାରେ ୫୦.୮ ମି.ମି., କୋରାପୁଟ ଜିଲ୍ଲାର ଲମତାପୁଟରେ ୪୫.୪ ମି.ମି., ଜଗତସିଂହପୁର ଜିଲ୍ଲାର ବିରିଡ଼ିରେ ୪୪.୦ ମି.ମି. ଏବଂ ମାଲକାନଗିରି ଜିଲ୍ଲାର ମାଥିଲିରେ ୪୪.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ