କେନ୍ଦୁଝର, 23 ଜୁନ୍ (ହି.ସ.) କେନ୍ଦୁଝର ଜିଲ୍ଲାର ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ କୁମାର ଦାସଙ୍କ ଅଧ୍ଯକ୍ଷତାରେ ପବ୍ଲିକ ପ୍ରସିକ୍ୟୁଟର ଅଫିସରେ ନୂତନ ଭାବେ ଲାଗୁ ହୋଇଥିବା ଆଇନ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧୂନିୟମ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଏହି ଆଲୋଚନାଚକ୍ରରେ କେନ୍ଦୁଝର ମୁଖ୍ୟାଳୟରେ କାର୍ଯ୍ୟରତ ସମସ୍ତ ସରକାରୀ ଓକିଲ ଅଂଶଗ୍ରହଣ କରି ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA