ବଲାଙ୍ଗୀର, ୨୩ ଜୁନ୍(ହି.ସ.) – ଗତ କିଛିଦିନ ଧରି ରାଜ୍ୟ ସରକାର ଙ୍କ ବିକାଶ ବାହାନ ରଥ ପରିକ୍ରମା ହେଉଥିବା ବେଳେ ପାଟଣାଗଡ଼ ଅଂଚଳକୁ ବିନାଶ ପଥ ସୃଷ୍ଟି କରାଯାଉଥିବା ଅଭିଯୋଗ ହେଉଛି! ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ଏକ ଦାଦନ ପ୍ରବଣ ଜିଲ୍ଲା ହୋଇଥିବାବେଳେ ଏହି ଜିଲ୍ଲାରେ ପାହାଡ଼ ଜଙ୍ଗଲରେ ପରିପୂର୍ଣ୍ଣ ରହିଥିବା ଯୋଗୁଁ ଏହି ଅଂଚଳରେ ଭରି ରହିଛି ବିଭିନ୍ନ ଖଣିଜ ପଦାର୍ଥ ସେଥିପାଇଁ ଏହି ଅଂଚଳ ଉପରେ କୋପ ଦୃଷ୍ଟି ପକାଇଛନ୍ତି ବ୍ୟଦିଶିକ ବ୍ୟବସାୟୀ! ଏହି ବ୍ୟଦିସିକ ବ୍ୟବସାୟୀମାନେ ନୂତନ ସରକାର ଙ୍କୁ ପ୍ରଲୋଭନ ଦେଖାଇ ଖଣି ଖୋଦାନ ନେବାକୁ ବସିଛନ୍ତି! ଗତ କିଛି ଦିନ ତଳେ ପଶ୍ଚିମ ଓଡିଶା ର ଗୌରବ ଗନ୍ଧମାର୍ଦ୍ଧନ ପାହାଡ଼କୁ ନଜର ପକାଇ ଥିବାବେଳେ ଗନ୍ଧମାର୍ଦନ ସୁରକ୍ଷା ସମିତି ଓ ବିଭିନ୍ନ ସଂଗଠନ ଦ୍ୱାରା ଦୀର୍ଘ ଦିନ ଧରି ଆନ୍ଦୋଳନ କରିବା ପରେ ବିଫଳ ହେଇଥିଲେ ବ୍ୟବସାୟୀ!ଏବେ ପୁଣି ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ୨୨ ଖଣ୍ଡ ଗାଁ ରେ ଗ୍ରାଫଇଟ ବାହାରୁ ଥିବା ଯୋଗୁଁ ତାହା ରାଜ୍ୟ ସରକାର ବ୍ୟବସାୟୀଙ୍କ ହାତରେ ଟେକି ଦେଉଥିବା ଜଣାପଡ଼ିଛି!ଏଥିପାଇଁ ୨୨ ଖଣ୍ଡ ଗାଁ ର ଲୋକଙ୍କୁ ବିସ୍ଥାପିତ ହେବାକୁ ପଡୁଥିବାରୁ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଯାଇଛି!
ସେଥିପାଇଁ ଅଂଚଳ ର ଜ୍ଞାନୀ, ଗୁଣି ଓ ବୁଦ୍ଧିଜୀବୀମାନେ ଜନମ ମାଏଟ ବଂଚାଓ ସମିତି ଗଠନ କରି ଖଣି ଖୋଲା ବିରୋଧ ରେ ସ୍ୱର ଉତୋଳନ କରିଛନ୍ତି! ଏହି ଜନମ ମାଏଟ ବଂଚାଓ କମିଟି ର ସଭାପତି ଗିରିରାଜ ଭୋଇଙ୍କ ନେତୃତ୍ୱରେ ଅଂଚଳର ହଜାର ହଜାର ଜନସାଧାରଣ ଆଜି ପାଟଣାଗଡ଼ ଠାରେ ଏକତ୍ରିତ ହୋଇ ଗଡ଼ଭିତରରୁ ଏକ ଶୋଭାଯାତ୍ରା ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଂଚି ଥିଲେ ଏବଂ ବିକ୍ଷୋଭ ପ୍ରଦର୍ଶନ କରିଥିଲେ!ଉପ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି! ଏଥିରେ ସୁଶ୍ରୀ ଦିଶାରାଣୀ ସା ସରୋଜ ସାହୁ ଟଙ୍କଧର ରାଓ, ଗନ୍ଧର୍ବ ସୁନା ବେଣୁଧର ହୋତା ମଦନ ମାଝୀ ଗଜାନନ ବାଗ ରୁକୁ ସୁନା ସୁରେଶ ପଟେଲ ଡୋଲାମଣି ମେହେର ମକାରୁ ସାହୁ ଭୂବନେଶ୍ୱର କୁଅଁର ରାଜକୁମାର ସେଠ ମନୋଜ ମିଶ୍ର ସୁବାଷ ସାହୁ ରାଜକୁମାର ସେଠ ମନୋଜ ଲୁହା ସମେତ ୨୭ ଖଣ୍ଡ ଗାଁ ଶତାଧିକ ମହିଳା ପୁରୁଷ ଯୋଗଦେଇଥିଲେ। ଏସଡିପିଓ ସଦାନନ୍ଦ ପୂଝାରୀଙ୍କ ତତ୍ୱାବଧାନରେ ସହ ପୁଲିସ ଫୋର୍ସ ମୂତୟନ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ