ବଲାଙ୍ଗୀର, ୨୩ ଜୁନ୍(ହି.ସ.) – ୱାଇସିଡିଏ ବଲାଙ୍ଗିର ତରଫରୁ ଆଟଗାଁ ପଂଚାୟତ ରେ ତିନି ଦିନିଆ ସମର କ୍ୟାମ୍ପ ଆୟୋଜିତ କରାଯାଇଥିଲା। ଯେଉଁଥିରେ ପୁଇଁନ୍ତଲା ବ୍ଲକର ଛତାପିପଲ, ଭାଲେର, ଦଶପୁର, ମହିମୁଣ୍ଡା ଏବଂ ଆଟଗାଁ ପଂଚାୟତରୁ ଶିଶୁମାନେ ଆସି ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପିଲାମାନେ ତାଙ୍କ ସୃଜନଶୀଳତାକୁ ପରିପ୍ରକାଶ କିପରି କରିପାରିବେ ଏବଂ ତାଙ୍କର ମନୋରଞ୍ଜନ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇଥିଲା। ଦକ୍ଷତା ବୃଦ୍ଧି ଉପରେ ଅଧିବେଶନ, ଆର୍ଟ କ୍ରାଫ୍ଟ, କ୍ଲେ ମେକିଂ, ରୋଲ ପ୍ଲେ ଇତ୍ୟାଦି କାର୍ଯ୍ୟକ୍ରମ କରାଯାଇଥିଲା। ପ୍ରଥମ ଦିନରେ ପିଲାମାନଙ୍କ ସୃଜନଶୀଳତା କୁ ଧ୍ୟାନରେ ରଖି ବିଭିନ୍ନ ପ୍ରକାର ଆର୍ଟ କ୍ରାଫ୍ଟ କାର୍ଯ୍ୟକ୍ରମ କରାଯାଇଥିଲା। ପ୍ରୋଗ୍ରାମ ମ୍ୟାନେଜର ଜ୍ୟୋତି କୁମାର ରଥ ମୁଲ୍ୟବୋଧ ଏବଂ ନୈତିକତା ଉପରେ ଅଧିବେଶନ ପରିଚାଳନା କରିଥିଲେ ଯେଉଁଥିରେ ପିଲାମାନେ ଦୈନନ୍ଦିନ ଜୀବନରେ ମୁଲ୍ୟବୋଧ ଓ ନୈତିକତା ବୁଝିପାରିବେ। ଦ୍ୱିତୀୟ ଦିନରେ ପ୍ରୋଗ୍ରାମ ମ୍ୟାନେଜର ଗଣେଶ ସାହୁ ନେତୃତ୍ୱ ଶୈଳୀ ଉପରେ ଅଧିବେଶନ ପରିଚାଳନା କରିଥିଲେ। ଦଳରେ କାମ କରିବାର ଶୈଳୀ ଉପରେ ନିକିତା ଦାଶ ଶିଶୁ ମାନଙ୍କୁ ଖେଳ ଖେଳେଇ ଥିଲେ। ତୃତୀୟ ଦିନ ଶିଶୁ ନେତାମାନେ କିପରି ନିଜର ଅଂଚଳରେ ବିଭିନ୍ନ ସମସ୍ୟା କୁ ନେଇ ସମସ୍ୟାର ସମାଧାନ ଯୋଜନା କରି କାମ କରିବେ ସେହି ଉପରେ ଆନନ୍ଦିନୀ ରଥ ଅଧିବେଶନ ପରିଚାଳନା କରିଥିଲେ। ଏହା ସହିତ ଶିଶୁମାନେ ରଙ୍ଗୀନ କାଗଜ ବ୍ୟବହାର କରି ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରିଥିଲେ। ଗୃପ ଡାନ୍ସ ସଙ୍ଗୀତ ଗାନ ଏବଂ ଡ୍ରାମା ଶିଶୁମାନଙ୍କ ଦ୍ୱାରା ପରିବେଷିତ ହୋଇଥିଲା। ଦେଶାଇ ଫାଉଣ୍ଡେସନ ଟ୍ରଷ୍ଟ ଏବଂ ଏସ୍.କେ.ଏନ୍ ମିଳିତ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ୱାଇସିଡିଏ ର ସମସ୍ତ ସଦସ୍ୟମାନେ କାର୍ଯ୍ୟକ୍ରମ ସଫଳ ହେବାରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ