ବାଇକକୁ ପିଟିଲା ଟ୍ରକ, ମହିଳା ମୃତ
ଖୋର୍ଦ୍ଧା, ୨୩ ଜୁନ୍ (ହି.ସ.)- ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଟୀକାତାଳ ଟୋଲଗେଟ ତାରିଣୀ ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ବାଇକ୍‌ କୁ ପଛରୁ ପିଟିଲା ମାଲବୋଝେଇ ଟ୍ରକ୍‌ । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ୍‌ ଚାଳକ ଆହତ ହୋଇଛନ୍ତି । ଉଭୟଙ୍କ ପରିଚୟ ବର୍
ବାଇକକୁ ପିଟିଲା ଟ୍ରକ, ମହିଳା ମୃତ


ଖୋର୍ଦ୍ଧା, ୨୩ ଜୁନ୍ (ହି.ସ.)- ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଟୀକାତାଳ ଟୋଲଗେଟ ତାରିଣୀ ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ବାଇକ୍‌ କୁ ପଛରୁ ପିଟିଲା ମାଲବୋଝେଇ ଟ୍ରକ୍‌ । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ୍‌ ଚାଳକ ଆହତ ହୋଇଛନ୍ତି । ଉଭୟଙ୍କ ପରିଚୟ ବର୍ତ୍ତମାନ ଅସ୍ପଷ୍ଟ ରହିଥିବା ବେଳେ ସେମାନେ ରାଜସୁନାଖଳାର ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି।ସୂଚନା ମୁତାବକ, ସୋମବାର ବାଇକ୍‌ରେ ୨ ଜଣ ଯାତ୍ରୀ ରାଜସୁନାଖଳାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ । ମାଲବୋଝେଇ ଟ୍ରକ୍‌ ଡ୍ରାଇଭରର ଆଖି ପଡିଯିବାରୁ ଟୀକାତାଳ ତାରିଣୀ ଛକରେ ଟ୍ରକ୍‌ଟି ଉକ୍ତ ବାଇକ ପଛରେ ପିଟି ହୋଇଥିଲା । ଫଳରେ ବାଇକ୍‌ ରେ ଯାଉଥିବା ମହିଳାଙ୍କ ମୃତ୍ୟୁ ଘଟିଛି । ବାଇକ୍‌ ଚାଳକ ଆହତ ହୋଇଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ବେଗୁନିଆ ପୋଲିସ ପହଞ୍ଚି ଗାଡିକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande