କେନ୍ଦ୍ରାପଡ଼ା, ୨୩ ଜୁନ୍(ହି.ସ.) – ଇଛାପୁର ବିକାଶ ମେଳାରେ ନୃତ୍ୟପ୍ରିୟା ଡ୍ୟାନ୍ସ ଏକାଡେମୀ ଏବଂ ଶ୍ରୀ ବଳଦେବଜୀୟୁ ଏକାଡେମୀ ଅଫ ଡ୍ରାମା ଆଣ୍ଡ କଲଚର ଗ୍ରୁପ୍ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କର “ମୋହ ମୁଗଗର”, “ନମୋଦେବୀ”, “ସମ୍ବଲପୁରୀ” ନୃତ୍ୟ ଆଦି ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରି ଜିଲ୍ଲା ସଂସ୍କୃତିବିଭାଗ ତରଫରୁ ନୃତ୍ୟ ନିର୍ଦ୍ଦେଶିକା ନୃତ୍ୟଗୁରୁ ତପସ୍ୱନୀ ନାୟକ ପୁରସ୍କାର ହାସଲ କରିଥିଲେ । ଏହି ଶାସ୍ତ୍ରୀୟ ନୃତ୍ୟରେ ଅଭିରାମନାୟକ, ରାକ୍ଷୀ ତ୍ରିପାଠୀ, ପୁର୍ଣ୍ଣିମା ତ୍ରିପାଠୀ, ସରସ୍ୱତୀ ବାରିକ, ଦେବସ୍ମିତା ଦାସ, ସ୍ୱତା ନାୟକ, ରଜତ ଆଦି ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ସଂସ୍କୃତି ବିଭାଗ ତରଫରୁ ରାଜ କିଶୋର ରାଉତ ଉପାୟନ ପ୍ରଦାନ କରିଥିଲେ । ପ୍ରକାଶ ଥାଉକି ଏହି ନୃତ୍ୟ ଦଳ ସଂସ୍କୃତି ବିଭାଗ ଦ୍ୱାରା ଅନୁମୋଦିତ ହୋଇ ଭାରତର ବିଭିନ୍ନ ରାଜ୍ୟ ଏବଂ ଜିଲ୍ଲାରେ ଶାସ୍ତ୍ରୀୟ ନୃତ୍ୟରେ ପ୍ରଶଂଶିତ ହୋଇ ନୃତ୍ୟ ପରିବେଷଣ କରୁଅଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି