ମାଲକାନଗିରି, ୨୩ ଜୁନ୍ (ହି.ସ.)-
ମାଲକାନଗିରି ଜିଲ୍ଲା ଏମଭି ୭୯ ଥାନା ଅନ୍ତର୍ଗତ ତାଣ୍ଡବାଇ ଗ୍ରାମରେ ପୋଖରୀରେ ବୁଡି ଜଣେ ମହିଳା ପ୍ରାଣ ହରାଇଛନ୍ତି l ମୃତକ ଜଣକ ହେଲେ ଶିଙ୍ଗେ ସୋଢ଼ି ବୟସ ୩୦ ବର୍ଷ ଳ ସେ ଗ୍ରାମର ପୋଖରୀକୁ ଲୁଗାପଟା ଏବଂ ବାସନ ଧୋଇବାକୁ ଯାଇଥିଲେ l କିନ୍ତୁ ଘରକୁ ଫେରିବା ବିଳମ୍ବ ହେବାରୁ ସ୍ୱାମୀ ବହୁ ଖୋଜିବାରୁ ଗ୍ରାମ ପାଖ ଏକ ପୋଖରୀରେ ସ୍ତ୍ରୀ ର ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ l ସଙ୍ଗେ ସଙ୍ଗେ ସେ ଏ ବିଷୟରେ ତଣ୍ଡାବାଇ ସରପଞ୍ଚଙ୍କୁ ଜଣେଇଵା ସହ ଏମଭି ୭୯ ଥାନାକୁ ଜଣେଇ ଥିଲେ l ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବକୁ ବ୍ୟବଛେଦ ପାଇଁ କାଲିମେଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଥାନାରେ ୧୦/୨୫ରେ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଚଳାଇଛି l
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ