ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ସାମୁହିକ ଦୀପ ଦାନ
କେନ୍ଦ୍ରାପଡା , 23 ଜୁନ୍ (ହି.ସ.)- ଓଡିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ଶାରୀରିକ ଅସୁସ୍ଥତା ଜନିତ ଅସ୍ତ୍ରୋପଚାର ସଫଳ ହୋଇଥିବାରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ନିକଟରେ ସାମୁହିକ ଦୀପ ଦାନ କରାଯାଇଛି । କେନ୍ଦ୍ରାପଡା ନିର୍ବାଚ
ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ସାମୁହିକ ଦୀପ ଦାନ


କେନ୍ଦ୍ରାପଡା , 23 ଜୁନ୍ (ହି.ସ.)- ଓଡିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ଶାରୀରିକ ଅସୁସ୍ଥତା ଜନିତ ଅସ୍ତ୍ରୋପଚାର ସଫଳ ହୋଇଥିବାରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ନିକଟରେ ସାମୁହିକ ଦୀପ ଦାନ କରାଯାଇଛି । କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅଧିନ ଶ୍ରୀଦେବୀ ସଂଗଠନ ପକ୍ଷରୁ ଅରୁଣ ସ୍ତମ୍ଭ ନିକଟରେ ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଗଠନର ବହୁ ଛାମୁଆ କର୍ମୀ ଓ ନେତୃସ୍ଥାନୀୟ ବ୍ୟକ୍ତିମାନେ ଅଂଶ ଗ୍ରହଣ କରି ଦୀପଦାନ କରିବା ସହିତ ଶ୍ରୀ ବଳଦେବଜୀଉଙ୍କ ନିକଟରେ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ପୈାରାଧ୍ୟକ୍ଷା ସରିତା ସାହୁ, ସମାଜସେବୀ ରଂଜିତ ସାହୁ, ଜିଲ୍ଲା ସଭାପତି ଧିରେନ କୁମାର ସାହୁ, ପୂର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡା, ଉମେଶ ନାୟକ, ମୁକ୍ତାର ଖାନ, କାଳୀ ପ୍ରସାଦ ମିଶ୍ର, ନିରାକାର ସ୍ୱାଇଁ, ଯଯାତି ମହାନ୍ତି, ପ୍ରଦିପ୍ତ ମହାନ୍ତି, ଦୁର୍ଗାଶିଷ ମହାନ୍ତି, ରୋସନା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande