ବୌଦ୍ଧ, ୨୩ ଜୁନ୍ (ହି.ସ.)- ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଥିବା ୩ଟି ବିକାଶ ବାହନ ରଥକୁ ଜିଲାର ବିଭିନ୍ନ ଗ୍ରାମପଞ୍ଚାୟତ ଠାରେ ଭବ୍ୟ ସ୍ଵାଗତ କରାଯାଉଛି l ସରସରା, ବନ୍ଧାପଥର , ଆମ୍ବଗାଓଁ , ଉମା, ଖୁଂଟିଗୋରା, ବାମଣ୍ଡା ଗ୍ରାମ ପଞ୍ଚାୟତ ଠାରେ ଆଜି ବିକାଶ ବାହାନକୁ ରଥକୁ ଭବ୍ୟ ସ୍ଵାଗତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏଡିଈଓ, ଯୋଗାଣ ସହାୟକ , ସରପଞ୍ଚ, ସିଆରପି, ଏମବିକେ, ଆଶା କର୍ମୀ ଓ ଅଙ୍ଗନଓ୍ବାଡି କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ହିତାଧିକାରୀ ମାନଙ୍କୁ ପଟ୍ଟା, ଅନ୍ତଦ୍ଵୟ ଗୃହ କାର୍ଯ୍ୟାଦେଶ, ଭତ୍ତା, ମନରେଗା ଜବ କାର୍ଡ, ରାସନ କାର୍ଡ, ସ୍ଵାସ୍ଥ୍ୟବୀମା କାର୍ଡ ଓ ଅନ୍ୟାନ୍ୟ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା l
ହିନ୍ଦୁସ୍ଥାନ ସମାଚାର / ସମ୍ମତ କୁମାର ଅଗ୍ରୱାଲା