ଜୁନ ୨୫ରେ ଗଣ ଦୁଷ୍କର୍ମ ବିରୋଧରେ ବିଜେଡି ଯୁବ-ଛାତ୍ର ତରଫରୁ ରାଜ୍ୟ ବ୍ୟାପୀ ଛାତ୍ର ଆନ୍ଦୋଳନ
ଧର୍ମଶାଳା,୨୩ ଜୁନ୍‌(ହି.ସ.) - ରାଜ୍ୟରେ ଛାତ୍ରୀ ମାନଙ୍କୁ ଅସାଦାଚରଣ, ଦୁଷ୍କର୍ମ, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ବିଜେପି ସରକାର ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ଅଭିଯୋଗ କରି ଯାଜପୁର ଜିଲା ଧର୍ମଶାଳା ବିଜୁ-ଯୁବ ଛାତ୍ର ଜନତା ଦଳ ତରଫରୁ ଆସନ୍ତା ଜୁନ ୨୫ ତାରିଖ ସକାଳ ୧୦ ଘଟି
ଜୁନ ୨୫ରେ ଗଣ ଦୁଷ୍କର୍ମ ବିରୋଧରେ ବିଜେଡି ଯୁବ-ଛାତ୍ର ତରଫରୁ ରାଜ୍ୟ ବ୍ୟାପୀ ଛାତ୍ର ଆନ୍ଦୋଳନ


ଧର୍ମଶାଳା,୨୩ ଜୁନ୍‌(ହି.ସ.) - ରାଜ୍ୟରେ ଛାତ୍ରୀ ମାନଙ୍କୁ ଅସାଦାଚରଣ, ଦୁଷ୍କର୍ମ, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ବିଜେପି ସରକାର ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ଅଭିଯୋଗ କରି ଯାଜପୁର ଜିଲା ଧର୍ମଶାଳା ବିଜୁ-ଯୁବ ଛାତ୍ର ଜନତା ଦଳ ତରଫରୁ ଆସନ୍ତା ଜୁନ ୨୫ ତାରିଖ ସକାଳ ୧୦ ଘଟିକା ସମୟରେ ଯାଜପୁର ଜିଲ୍ଳାର ସମସ୍ତ ପ୍ରମୂଖ ମହାବିଦ୍ୟାଳୟ ଓ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏବଂ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଧର୍ମଶାଳା ମହାବିଦ୍ୟାଳୟ, ଜାରକା ଓ ମଧୁପୁର ମହାବିଦ୍ୟାଳୟ, କଲଣ ଠାରେ ଆନ୍ଦୋଳନ ଓ ପ୍ରତିବାଦ କରାଯିବା ସହିତ କଳାବ୍ୟାଚ୍ ପରିଧାନ ଓ କୁଶ ପୁତଳିକା ଦାହ କରାଯିବ । ରାଜ୍ୟରେ ଆଇନ ଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡୁଛି । ଯୁବତୀମାନଙ୍କୁ ଅସଦାଚରଣ, ଦୁଷ୍କର୍ମ, ଅପହରଣ, ହତ୍ୟା ଘଟଣା ପ୍ରତିଦିନ ଖବର କାଗଜରେ ସୀରୋନାମା ହୋଇଛି । ଗୋପାଳପୁର ଭଳି ଏକ ପର୍ଯ୍ୟଟନ ସ୍ଥଳରେ ଜଣେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଗଛରେ ବାନ୍ଧି ଦେଇ ତାଙ୍କ ସମ୍ନାରେ ଯୁବତୀ ଜଣଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରରେ ମଧ୍ୟ ଏକ ଦୁଖଦ ଘଟଣା ଘଟିଥିଲା । ରାଜ୍ୟରେ ପ୍ରାୟ ପ୍ରତିଦିନ ୧୫ ଜଣ ଯୁବତୀ ଗଣଦୁଷ୍କର୍ମର ଶିକାର ହେଉଛନ୍ତି । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି ଓ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାପାଇଁ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟ ସରକାରଙ୍କୁ ଚେତାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ବ୍ୟାପୀ ଛାତ୍ର ଆନ୍ଦୋଳନ କରାଯାଉଅଛି । ତେଣୁ ଧର୍ମଶାଳାରେ ଜୁନ ୨୫ ତାରିଖରେ ଆନ୍ଦୋଳନ କରାଯିବ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲା ପରିଷଦ ଉପାଧ୍ୟକ୍ଷ ତଥା ବଡଚଣା ଯୁବ ସଭାପତି ଗଣେଶ୍ୱର ବରାଳ, ଜିଲ୍ଲା ଛାତ୍ର ସଭାପତି ସୌମ୍ୟପ୍ରକାଶ ବିଶ୍ୱାଳ, ଧର୍ମଶାଳା ଯୁବ ସଭାପତି କ୍ଷିତୀଶ ନାୟକ, ବ୍ଲକ ଛାତ୍ର ସଭାପତି ଜଗଦାନନ୍ଦ ରାଉତ, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସୁବ୍ରତ ଧଳ ଏବଂ ଅନ୍ୟ ବହୁ ଯୁବ-ଛାତ୍ର ନେତା ଉପସ୍ଥିତି ରହି ବିଜେପି ସରକାରଙ୍କୁ କଡା ସମାଲୋଚନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande