ବୌଦ୍ଧ, ୨୩ ଜୁନ୍ (ହି.ସ.)- ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଉପସଚିବ ସତୀଶ କୁମାର ସିଂହ ବୌଦ୍ଧ ଜିଲ୍ଲା ଗସ୍ତ କରିଛନ୍ତି l ଏହି ଗସ୍ତ ସମୟରେ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଦିବାସୀ କଲ୍ୟାଣ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ l ଏହା ସହ ଧରତି ଆବା ଜନଜାତୀୟ ଗ୍ରାମୀଣ ଉଦ୍ଯୋଗ ଅଭିଯାନ ଅଧୀନରେ ଅନ୍ତର୍ଭୁକ୍ତ ଆମ୍ବାଗାଁ, ଉମା, ଖୁଣ୍ଟିଗୋରା ଗ୍ରାମ ପଞ୍ଚାୟତ ଏବଂ ଗୋଛାଗୋରା ଗ୍ରାମ ପରିଦର୍ଶନ କରିଥିଲେ । ସ୍ଥାନୀୟ ଆଦିବାସୀଙ୍କ ସହିତ ଆଲୋଚନା କରି ସେମାନଙ୍କର ଆବଶ୍ୟକତା ଏବଂ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ବିଷୟରେ ପଚାରି ବୁଝିଥିଲେ । ଏହି ଅବସରରେ ଯୋଗ୍ୟ ହିତାଧିକାରୀଙ୍କୁ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଅଧିକାର ରେକର୍ଡ ବଣ୍ଟନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ସମ୍ମତ କୁମାର ଅଗ୍ରୱାଲା