ଓଡ଼ିଶା ଶ୍ରମିକ କଲ୍ୟାଣ ବୋର୍ଡର ତୃତୀୟ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, ୨୩ ଜୁନ (ହି.ସ.)- ଓଡ଼ିଶା ଶ୍ରମିକ କଲ୍ୟାଣ ବୋର୍ଡର ତୃତୀୟ ବୈଠକ ସ୍ଥାନୀୟ ଖାରବେଳ ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ତଥା ବୋର୍ଡର ଅଧ୍ୟକ୍ଷ ଗଣେଶ ରାମ ସିଂ ଖୁଣ୍ଟିଆ ଅଧ୍ୟକ୍ଷତା କରି କହିଲେ ଯେ ଶ୍ରମ ବିନା ସମୃଦ
ଓଡ଼ିଶା ଶ୍ରମିକ କଲ୍ୟାଣ ବୋର୍ଡର ତୃତୀୟ ବୈଠକ ଅନୁଷ୍ଠିତ


ଭୁବନେଶ୍ୱର, ୨୩ ଜୁନ (ହି.ସ.)- ଓଡ଼ିଶା ଶ୍ରମିକ କଲ୍ୟାଣ ବୋର୍ଡର ତୃତୀୟ ବୈଠକ ସ୍ଥାନୀୟ ଖାରବେଳ ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ତଥା ବୋର୍ଡର ଅଧ୍ୟକ୍ଷ ଗଣେଶ ରାମ ସିଂ ଖୁଣ୍ଟିଆ ଅଧ୍ୟକ୍ଷତା କରି କହିଲେ ଯେ ଶ୍ରମ ବିନା ସମୃଦ୍ଧି ଅସମ୍ଭବ । ଶ୍ରମିକମାନେ ହେଉଛନ୍ତି ଆମ ଦେଶର ଗୁରୁତ୍ୱପୂର୍ଣ୍ଣ ଅଂଶ, ଦେଶର ମୂଳଦୁଆ, ଦେଶ ନିର୍ମାଣର ମେରୁଦଣ୍ଡ, ପ୍ରକୃତ ରାଷ୍ଟ୍ରନିର୍ମାତା। ସେମାନଙ୍କୁ ଅବହେଳା କରି ଦେଶ ଅଗ୍ରଗତି କରିପାରିବ ନାହିଁ। ଶ୍ରମିକକୁ ମର୍ଯ୍ୟାଦା ଦେଲେ ହିଁ ଶ୍ରମର ଗୌରବ ମିଳିଥାଏ । ଓଡ଼ିଶା ହେଉଛି ଏକ ଶ୍ରମିକ ବହୁଳ ରାଜ୍ୟ ଏବଂ ଓଡ଼ିଶାର ଅଭିବୃଦ୍ଧି, ଅର୍ଥନୈତିକ ଓ ସାମଗ୍ରିକ ଉନ୍ନତି ଦିଗରେ ଶ୍ରମିକ ଭାଇଭଉଣୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେବା, ସମର୍ପଣ ଓ ସୁଶାସନର ବିଚାରଧାରା ଆଧାରରେ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ସମାଜରେ ଧାଡ଼ିର ଶେଷରେ ଠିଆ ହୋଇଥିବା ବ୍ୟକ୍ତି ପାଖରେ ମଧ୍ୟ ଯେପରି ସମସ୍ତ ସରକାରୀ ସୁବିଧା ଓ ସରକାରୀ ଯୋଜନା ସହଜରେ ଉପଲବ୍ଧ ହୋଇପାରିବ ସେ ଦିଗରେ ଗୁରୁତ୍ୱାରୋପ କରାଯାଉଛି । ବର୍ତ୍ତମାନର ରାଜ୍ୟ ସରକାର ଗରିବ ଓ ଶ୍ରମିକଙ୍କ ପାଇଁ ସମ୍ବେଦନଶୀଳ ସରକାର । ଓଡ଼ିଶାର ଲକ୍ଷ ଲକ୍ଷ ଶ୍ରମଜୀବି ଭାଇଭଉଣୀମାନଙ୍କର ସମସ୍ୟାଗୁଡିକ ବାସ୍ତବ କ୍ଷେତ୍ରରେ ହୃଦୟଙ୍ଗମ କରି ସେଗୁଡ଼ିକର ସମାଧାନ ଦିଗରେ ଉପଯୁକ୍ତ ପଦକ୍ଷେପ ନେବା ଓ ସେମାନଙ୍କ ସର୍ବାଙ୍ଗୀନ ବିକାଶ ଓ ଆଇନଗତ ତଥା ସାମାଜିକ ସୁରକ୍ଷା ଓ ଅଧିକାର ପ୍ରଦାନ ଦିଗରେ ନିଷ୍ଠାପର ଓ ନିରବଚ୍ଛିନ୍ନ ଉଦ୍ୟମ ଜାରି ରଖିବାକୁ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଆଜି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପ୍ରମୁଖ ଶାସନ ସଚିବ ତଥା ଓଡ଼ିଶା ଶ୍ରମିକ କଲ୍ୟାଣ ବୋର୍ଡର ଉପାଧ୍ୟକ୍ଷା ଶ୍ରୀମତୀ ଚିତ୍ରା ଅରୁମୁଗମ କହିଲେ ଯେ ବିଗତ ଏକ ବର୍ଷ ମଧ୍ୟରେ ରାଜ୍ୟ ସରକାର ଶ୍ରମିକମାନଙ୍କର କଲ୍ୟାଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ

କରିଛନ୍ତି । ସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କର କଲ୍ୟାଣ ପାଇଁ ଇତିମଧ୍ୟରେ ରାଜ୍ୟ ସରକାର ଶ୍ରମିକ କଲ୍ୟାଣ ବୋର୍ଡକୁ ପୁନର୍ଗଠନ କରିଛନ୍ତି । ମାଲିକ, ଶ୍ରମିକ ସଂଘ ପ୍ରତିନିଧିମାନେ ନିଷ୍ଠାପର ଭାବରେ କାମ କରି ଏହି ବୋର୍ଡରେ ଥିବା ବିଭିନ୍ନ ଯୋଜନାର ସୁଫଳ ନେବା ପାଇଁ କାର୍ଯ୍ୟ କରିବା ସହ ଏ ଦିଗରେ ଶ୍ରମିକମାନଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଉପସ୍ଥିତ ଥିବା ଶିଳ୍ପାନୁଷ୍ଠାନ, କାରଖାନା ମାଲିକ ଓ କର୍ତ୍ତୃପକ୍ଷମାନଙ୍କୁ ଉଚିତ୍‌? ସମୟରେ ଶ୍ରମିକମାନଙ୍କ ଦେୟ ପ୍ରଦାନ କରିବାକୁ ସେ ଅନୁରୋଧ କରିଥିଲେ ।

ଶ୍ରମ ଆୟୁକ୍ତ, ଓଡ଼ିଶା ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ସ୍ୱାଗତ ଭାଷଣ ଦେବା ସହ ଓଡ଼ିଶା ଶ୍ରମିକ କଲ୍ୟାଣ ବୋର୍ଡର ଆଭିମୁଖ୍ୟ ତଥା କାର୍ଯ୍ୟକାରିତା ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande