୧୦୦ ମିଟର ବଟର ଫ୍ଲାଏ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ସୃଷ୍ଟି ଉପାଧ୍ୟାୟଙ୍କୁ ଶୁଭେଚ୍ଛା ଜଣାଇଲେ ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର, 23 ଜୁନ୍ (ହି.ସ.)- ୧୦୦ ମିଟର ବଟର ଫ୍ଲାଏ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ସୃଷ୍ଟି ଉପାଧ୍ୟାୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ୭
୧୦୦ ମିଟର ବଟର ଫ୍ଲାଏ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ସୃଷ୍ଟି ଉପାଧ୍ୟାୟଙ୍କୁ ଶୁଭେଚ୍ଛା ଜଣାଇଲେ ପୃଥ୍ୱୀରାଜ ହରିଚନ୍ଦନ


ଭୁବନେଶ୍ୱର, 23 ଜୁନ୍ (ହି.ସ.)- ୧୦୦ ମିଟର ବଟର ଫ୍ଲାଏ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ସୃଷ୍ଟି ଉପାଧ୍ୟାୟଙ୍କୁ

ଶୁଭେଚ୍ଛା ଜଣାଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏନେଇ ସୋସିଆଲ ମିଡିଆ ଏକ୍ସରେ

ମନ୍ତ୍ରୀ କହିଛନ୍ତି ଯେ, କଳିଙ୍ଗ ଷ୍ଟାଡ଼ିୟମରେ

ଆୟୋଜିତ ୭୮ତମ ସିନିୟର ନ୍ୟାସନାଲ୍ ଆକ୍ଵାଟିକ୍ ଚାମ୍ପିୟନସିପ୍‌ ୨୦୨୫ ର ୧୦୦ ମିଟର ବଟର ଫ୍ଲାଏ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଅର୍ଜନ କରି ଜାତୀୟ ସ୍ତରରେ

ଓଡ଼ିଶାକୁ ଗୌରବାନ୍ୱିତ କରିଥିବା

କ୍ରୀଡ଼ାବିତ୍‌ ସୃଷ୍ଟି ଉପାଧ୍ୟାୟଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ

ନିକଟରେ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ

ଉତ୍ତରୋତ୍ତର ଉନ୍ନତି କାମନା କରୁଛନ୍ତି ମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande