ଭୁବନେଶ୍ୱର, 23 ଜୁନ୍ (ହି.ସ.)- ଆମରି ଶିଶୁ ୱେବ୍ ପୋର୍ଟାଲ ଉନ୍ମୋଚିତ। ଉନ୍ମୋଚନ କରିଛନ୍ତି
ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶିଶୁ ଯତ୍ନ ଓ ସୁରକ୍ଷା ପାଇଁ ଏହି
ପୋର୍ଟାଲ୍ କରିବ ସହଜ। ଶିଶୁଟିଏ ଜନ୍ମ ହେବା ଠାରୁ ଆରମ୍ଭ କରି ତାର ପୋଷଣକୁ ନେଇ ସମସ୍ତ ତଥ୍ୟ
ଏହି ପୋର୍ଟାଲରେ ରେକର୍ଡ ରହିବ। ଯାହା ଫଳରେ ପ୍ରତି ବ୍ଲକରେ ଅପପୁଷ୍ଟିରେ କେତେ ଶିଶୁ ଶିକାର
ହେଉଛନ୍ତି ତାହା ଜଣାଯିବ। ଲୋକମାନେ ରିପୋର୍ଟ କଲେ ଏହାକ ଆଧାର କରି ସମସ୍ୟାର ସମାଧାନ ହେବ। ଆଜି
ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ କେନ୍ଦ୍ରରେ ଏହାର ଉନ୍ମୋଚନ ହୋଇଥିବାବେଳେ ଅଙ୍ଗନବାଡ଼ି
ମହିଳା ମାନଙ୍କୁ ଏଥିରେ କାମ କରିବା ପାଇଁ ପ୍ରଶିକ୍ଷଣ ଦିଆଯାଇଛି। ତେବେ ରାଜ୍ୟରେ ଏବେ ବି
ଅପପୁଷ୍ଟି ରହିଚି। ଯାହାକୁ ରୋକିବା ପାଇଁ କାମ କରାଯାଉଛି। ପ୍ରତି ୩ ମାସରେ ଗୋଟିଏ ବ୍ଲକକୁ
ପୋଷଣ ମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ
ପ୍ରଭାତି ପରିଡା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା