ନବୀନଙ୍କ ଆଶୁ ଆରୋଗ୍ୟ କାମନା କଲେ ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର
ଭୁବନେଶ୍ୱର, 23 ଜୁନ୍ (ହି.ସ.)- ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କଲେ ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର । ସେ କହିଛନ୍ତି ଯେ, ନବୀନ ବାବୁ ସୁସ୍ଥ ହୋଇ ଫେରନ୍ତୁ । ନବୀନ ବାବୁଙ୍କୁ ଲୋକମାନେ ଭଲ ପାଉଛନ୍ତି, ଏହା ନିରାଟ ସତ୍ୟ କଥା । ପ୍ରଭୁ ଜଗନ୍ନାଥ ତାଙ୍କ
ନବୀନଙ୍କ ଆଶୁ ଆରୋଗ୍ୟ କାମନା     କଲେ ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର


ଭୁବନେଶ୍ୱର, 23 ଜୁନ୍ (ହି.ସ.)- ନବୀନ ପଟ୍ଟନାୟକଙ୍କ

ଆଶୁ ଆରୋଗ୍ୟ କାମନା କଲେ ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର । ସେ କହିଛନ୍ତି ଯେ, ନବୀନ

ବାବୁ ସୁସ୍ଥ ହୋଇ ଫେରନ୍ତୁ । ନବୀନ ବାବୁଙ୍କୁ ଲୋକମାନେ ଭଲ ପାଉଛନ୍ତି, ଏହା ନିରାଟ ସତ୍ୟ

କଥା । ପ୍ରଭୁ ଜଗନ୍ନାଥ ତାଙ୍କୁ ଆଶୀର୍ବାଦ କରନ୍ତୁ । ତାଙ୍କ ସର୍ଜରୀ ଭଲ ଭାବେ ହୋଇଛି, ଭଲ ହୋଇ ଜଲଦି

ଫେରନ୍ତୁ ଏବଂ ବିରୋଧୀ ଦଳ ନେତା ଦାୟିତ୍ୱ ନିର୍ବାହ କରନ୍ତୁ । ପ୍ରଭୂ ଜଗନ୍ନାଥଙ୍କ ପାଖରେ ମୁଁ

କାମନା କରୁଛି ଏବଂ ସମଗ୍ର ଓଡିଶାବାସୀ ମଧ୍ୟ କାମନା କରୁଛନ୍ତି । ଆଜି ବି ଲୋକମାନେ ତାଙ୍କୁ ଭଲ

ପାଉଛନ୍ତି । ଗଣତନ୍ତ୍ରରେ ଲୋକପ୍ରିୟତା, ନିର୍ବାଚନ ସମୟରେ ନେଇଥିବା ନିଷ୍ପତି ଉପରେ ନିର୍ଭର କରେ । ଲୋକେ 24ରେ

ପରିବର୍ତ୍ତନ ଚାହିଁଲେ । ଲୋକପ୍ରିୟ କିଏ ତୁଳନା କରିବା ଠିକ ନୁହେଁ । ନବୀନ ବାବୁ କିମ୍ବା ଆଉ

କିଏ ଲୋକପ୍ରିୟ ତୁଳନା କରିବା ଠିକ ହେବନି ବୋଲି ସୁଜିତ କୁମାର କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande