ଭାରିଯାନ ଚଲାଚଳକୁ ବିରୋଧ କରି ଦୀର୍ଘ ତିନି ଘଂଟା ଧରି ରାସ୍ତା ରୋକ
ସମ୍ବଲପୁର, ୨୪ ଜୁନ୍ (ହି.ସ.) - ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ବାରିକ ପାଲି ଠାରେ ମାତ୍ରାଧିକ ଭାରିଯାନ ଚଲାଚଳକୁ ବିରୋଧ କରି ଗ୍ରାମବାସୀମାନେ ଦୀର୍ଘ ତିନି ଘଂଟା ଧରି ରାସ୍ତା ରୋକ କରିଥିଲେ। ସୂଚନାଯୋଗ୍ୟ ସପ୍ନେ ପୋଲ ଖୋଲିବା ପରେ ଝାରସୁଗୁଡ଼ା ଜିଲ୍ଲା ଓ ସମ୍ବଲପୁର ଜିଲ୍ଲା ମଧ୍ୟରେ ଗମନାଗମନ ସୁବି
ଭାରିଯାନ ଚଲାଚଳକୁ ବିରୋଧ କରି ଦୀର୍ଘ ତିନି ଘଣ୍ଟା ଧରି ରାସ୍ତା ରୋକ


ସମ୍ବଲପୁର, ୨୪ ଜୁନ୍ (ହି.ସ.) - ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ବାରିକ ପାଲି ଠାରେ ମାତ୍ରାଧିକ ଭାରିଯାନ ଚଲାଚଳକୁ ବିରୋଧ କରି ଗ୍ରାମବାସୀମାନେ ଦୀର୍ଘ ତିନି ଘଂଟା ଧରି ରାସ୍ତା ରୋକ କରିଥିଲେ। ସୂଚନାଯୋଗ୍ୟ ସପ୍ନେ ପୋଲ ଖୋଲିବା ପରେ ଝାରସୁଗୁଡ଼ା ଜିଲ୍ଲା ଓ ସମ୍ବଲପୁର ଜିଲ୍ଲା ମଧ୍ୟରେ ଗମନାଗମନ ସୁବିଧା ହୋଇଯାଇଛି। ଫଳରେ ଝାରସୁଗୁଡ଼ା ଜିଲ୍ଲା ରେ ଥିବା ଓପିଜିସି କାରଖାନା ଓ ଜେ ଏସ ଡବ୍ଲୁ କାରଖାନାର ଭାରିଯାନ ଗୁଡ଼ିକ ସପ୍ନେ ବ୍ରିଜ୍ ଦେଇ ସମ୍ବଲପୁର ଜିଲ୍ଲାକୁ ଆସୁଛି। ଭାରିଯାନ ଗୁଡ଼ିକ ଚାଲିବା ଫଳରେ ରାସ୍ତା ଖରାପ ହୋଇଗଲାଣି। ଭାରି ଯାନ ଗୁଡ଼ିକ ଓଭର ଲୋଡ଼ିଂ ଆଣୁଥିବାରୁ ରାସ୍ତା ଏବେ ଚାଲିବା ଉପଯୋଗୀ ରହିନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ରାସ୍ତା ରେ ଭାରି ଯାନ ଚଲା କୁ ବନ୍ଦ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande