ଭବାନୀପାଟଣା, ୨୪ ଜୁନ୍(ହି.ସ.) – କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣାମୁଖ୍ୟାଳୟ ଅନ୍ତର୍ଗତ ପରମାନନ୍ଦ ପୁର ବେହେରାପଡ଼ା ଗାଁ ଭାରତ ସ୍ୱାଧିନ ହୋଇ କେତେ ଯୁଗ ସାରି ଗଲାଣି ମାତ୍ର ଏହି ପଡ଼ାବାସୀ ଆଜି ବି ସରକାରୀ ସୁବିଧାରୁ ବଂଚିତ, ପାନୀୟ ଜଳ ଠାରୁ କରି ଡ୍ରେନ ନଥିବାରୁ ରାସ୍ତା ଥିଲେ ମଧ୍ୟ ବର୍ଷା ଦିନେ କାଦୁଅ ପଚ୍ ପଚ୍ ରାସ୍ତା ଏଇଠୁ ହଇଜା ଡେଙ୍ଗୁ ଭଳୀ ମାରାତ୍ମକ ରୋଗ ହେବାର ମଧ୍ୟ ଆଶଙ୍କା ରହିଛି ଆଉ ପଡ଼ାର ଅବସ୍ଥା ନକହିବ ଭଲ ଏଇଠି ଆମ୍ବୁଲାନ୍ସ ମଧ୍ୟ ଆସିପାରୁ ନାହିଁ କିଏ ରୋଗଗ୍ରସ୍ତ ହେଲେ ଖଟିୟା ବୁହାହୁଅନ୍ତି। ଗ୍ରାମବାସୀ ସରପଂଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓ ଜିଲ୍ଲାପାଳ ଆରମ୍ଭ କରି ଏମ୍ଏଲ୍ଏ ମନ୍ତ୍ରୀ ପର୍ଯ୍ୟନ୍ତ ନିଜ ଦୁଃଖ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ ପୂର୍ବ ସରକାର ଯାଇ ନୂତନ ସରକାର ଆସି ଆଜକୁ ଦେଢ଼ବର୍ଷ ପୂର୍ବ ହେବାକୁ ଯାଉଛି ହେଲେ ଆମ ଗ୍ରାମବାସୀଙ୍କ ଗୁହାରି ଶୁଣିଲେ ନାହିଁ ସରକାର ଖାଲି ତୁଛାଟାରେ ବ୍ଲକମାନଙ୍କରେ ବିକାଶର ରଥ ମଧ୍ୟରେ ଅଯଥା ପଇସା ଖର୍ଚ୍ଚ କରୁଛନ୍ତି। ଲୋକଙ୍କ ସୁବିଧାରେ ଆସୁନାହିଁ ଆମେ ଓଡ଼ିଶା ସରକାର ପାଖରେ ଆମେ ଆମ ଗ୍ରାମବାସୀମାନେ ପୁର୍ନର୍ବାର ଗୁହାରି ଜଣାଉଛୁ ଯେ ସରକାର ଆମପ୍ରତି ଦୃଷ୍ଟି ଆକର୍ଷଣ କରନ୍ତୁ, ଏବଂ ଆମ ଗ୍ରାମ ପରମାନନ୍ଦ ପୁର ବେହେରାପଡ଼ାର ରାସ୍ତା ଘାଟ, ନାଳ ନର୍ଦମାକୁ ଯୁଦ୍ଧକାଳୀନ ସୁବ୍ୟବସ୍ଥା କରିବାକୁ ଅନୁରୋଧ କରୁଛୁ। ଦେଖିବାର କଥା ଏ ଦିଗରେ କେତେ ତତ୍ପର ସହର ନିକଟ ଗ୍ରାମରେ ରାସ୍ତା ଦୁର୍ଦ୍ଦଶା ଏତିକି ହେଲେ ଗ୍ରାମାଂଚଳରେ କ’ଣ ହୋଇନଥିବ।
ହିନ୍ଦୁସ୍ଥାନ ସମାଚାର/ଜୟକୃଷ୍ଣ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ